ମୁମ୍ବାଇ: 2020 ଫିଲ୍ମ ଜଗତ ପାଇଁ କାଳ ସାଜିଛି । ଅନେକ ସେଲିବ୍ରିଟିଙ୍କ ବିୟୋଗ ହୋଇସାରିଛି । ସେହିପରି ବର୍ତ୍ତମାନ କିଛି ସେଲିବ୍ରିଟିଙ୍କ ଅସୁସ୍ଥ ଖବର ସମସ୍ତଙ୍କୁ ନିରାଶ କରିଦେଇଛି । ନିକଟରେ ସଞ୍ଜୟ ଦତ୍ତଙ୍କ କ୍ୟାନସର ଖବର ଆଉ ଏବେ ଭେଟେରାନ୍ ପ୍ଲେ ସିଙ୍ଗର ଏସପି ବାଲସୁବ୍ରମଣ୍ୟମଙ୍କ ଅସୁସ୍ଥ ଖବରକୁ ନେଇ ଦୁଃଖୀ ସମସ୍ତେ ।
କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ବାଲସୁବ୍ରମଣ୍ୟମଙ୍କୁ ଅଗଷ୍ଟ 5ରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ । ହେଲେ ଶୁକ୍ରବାର ହଠାତ୍ ସେ ପୁଣି ଅସୁସ୍ଥ ହୋଇପଡିଥିଲେ । ଏବେ ତାଙ୍କୁ ଆଇସିୟୁରେ ରଖାଯାଇଛି ।