ମୁମ୍ବାଇ: ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆ ବେଶ୍ ଆକ୍ଟିଭ ରୁହନ୍ତି ବଲିଉଡର ଭେଟେରାନ ଆକ୍ଟର ଅନୁପମ ଖେର । ସେ ଫ୍ୟାନ୍ସଙ୍କୁ ଖୁସ୍ କରିବା ପାଇଁ ନିଜ ସହ ସମ୍ପୃକ୍ତ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ହେଲେ ଏଥର ନିଜ ମା'ଙ୍କର କିଛି ଫଟୋ, ଭିଡିଓ ସେୟାର କରି ଭାବୁକ ହୋଇପଡିଛନ୍ତି ଅଭିନେତା । ଭାଇରାଲ ହେଉଛି ତାଙ୍କ ଏହି ପୋଷ୍ଟ ।
କଥାଟି ହେଲା ଯେ ଗତ କିଛି ଦିନରୁ ସେ ନିଜ ହୋମ ଟାଇନ ସିମଲାରେ ଥିଲେ । ଆଉ ମା'ଙ୍କୁ ଛାଡି ମୁମ୍ବାଇ ଫେରିଛନ୍ତି ଅଭିନେତା । ସେହିପରି ବିଦାୟ ସମୟରେ ମା'ଙ୍କ ସହ ବିତାଇଥିବା ମୁହୁର୍ତ୍ତର କିଛି ସ୍ମୃତି ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଯାହାର କ୍ୟାପାସନରେ ଲେଖିଛନ୍ତି, ‘ଦୁନିଆର ସବୁଠାରୁ କଷ୍ଟକର ବିଷୟ ହେଉଛି ମା’ଙ୍କୁ ବିଦାୟ ଦେବା । ମୁଁ ମୁମ୍ବାଇ ଯାତ୍ରା କରୁଥିବାବେଳେ ସେ ସିମଲାରେ ଅଛନ୍ତି | ଆମେ ପରସ୍ପର ସହିତ କିଛି ଗୁଣାତ୍ମକ ସମୟ ବିତାଇଥିଲୁ । ସେ ମୋତେ ଏହି ସହରରେ ଆମର ପୂର୍ବ ଦିନର ଆଉ କିଛି ଆଶ୍ଚର୍ଯ୍ୟଜନକ କାହାଣୀ କହିଥିଲେ | ପିତାମାତାଙ୍କୁ ଖୁସି କରିବା ଦୁନିଆର ସବୁଠାରୁ ସହଜ କଥା । ଆଉ ସେମାନଙ୍କ ଆଶୀର୍ବାଦ ଅନନ୍ତ ।’