ଓଡିଶା

odisha

By

Published : Nov 7, 2019, 1:11 PM IST

ETV Bharat / sitara

ଫିଲ୍ମର ପାରିଶ୍ରମିକ ଶୁଣି ବେହୋସ ଅକ୍କି ଫ୍ୟାନ !

ବର୍ତ୍ତମାନ ମଲ୍ଟି ଷ୍ଟାରର କମେଡି ଫିଲ୍ମ ‘ହାଉସଫୁଲ 4’ର ଶାନଦାର କଲେକ୍ସନ ବକ୍ସ ଅଫିସରେ ଲାଗି ରହିଛି । ଇତିମଧ୍ୟରେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର । ଏଥର ସେ ଫିଲ୍ମ ପାଇଁ ଏତେ କୋଟି ଟଙ୍କା ନେବେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ନିକଟରେ ଦର୍ଶକଙ୍କୁ ‘ହାଉସଫୁଲ 4’ ଜରିଆରେ ଖୁବ୍ ମନୋରଞ୍ଜନ କରାଇଥିବା ଖିଲାଡି ଅକ୍ଷୟ କୁମାର ଏବେ ନିଜର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ହୋଇସାରିଲେଣି । ପୁଣି ଦମଦାର କାହାଣୀ ସହ ଦର୍ଶକଙ୍କ ସାମ୍ନାକୁ ଫେରିବାକୁ ଚେଷ୍ଟା ଚଳାଇଛନ୍ତି ସେ । ଇତିମଧ୍ୟରେ ତାଙ୍କ ଆଗାମୀ ଫିଲ୍ମର ଫିସକୁ ନେଇ ଚର୍ଚ୍ଚା ଜୋରଧରିଛି । ଯାହାଶୁଣି ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ । ଆଜ୍ଞା ହଁ, ନିଜର ଆଗାମୀ ଫିଲ୍ମ ପାଇଁ ସେ ମେକର୍ସଙ୍କ ଠାରୁ 100 କୋଟି ଟଙ୍କା ଫିସ୍ ନେବେ । ବଲିଉଡର ଜଣେ ଫେମସ ପ୍ରଯୋଜକ ଅକ୍ଷୟଙ୍କ ଉପରେ 100 କୋଟି ଟଙ୍କା ବାଜି ଲଗାଇବାକୁ ଯାଉଛନ୍ତି ।

ପ୍ରକାଶ ଥାଉକି ଅକ୍ଷୟ ପ୍ରଯୋଜକ ବାସୁ ଭଗନାନୀଙ୍କ ଏକ ଆକ୍ସନ ଫିଲ୍ମ ପାଇଁ 100 କୋଟି ଫିସ୍ ନେବେ । ଅକ୍ଷୟ କିଛି ବର୍ଷ ହେବ ବ୍ୟାକ ଟୁ ବ୍ୟାକ ସୁପରହିଟ୍ ଫିଲ୍ମ ବଲିଉଡକୁ ଦେବାରେ ଲାଗିଛନ୍ତି । ଏହି କାରଣ ପାଇଁ ସେ ବାସୁଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ 100 କୋଟି ଟଙ୍କା ନେବାକୁ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମର ସୁଟିଂ ଲଣ୍ଡନରେ ହେବ । ଏହା ଏକ ଜବରଦସ୍ତ ଆକ୍ସନ ଡ୍ରାମା ଫିଲ୍ମ ହେବ । ଖାଲି ଏତିକି ନୁହେଁ ଫିଲ୍ମଟି ବାସ୍ତବ ଘଟଣାକୁ ନେଇ ଆଧାରିତ ହେବ । ହିନ୍ଦୀ ସିନେମାରେ କୌଣସି ଗୋଟିଏ ଫିଲ୍ମ ପାଇଁ ଏତେ କୋଟି ଟଙ୍କାରେ ସାଇନ କରିବା ଅଭିନେତା ରୂପେ ଅକ୍ଷୟ ପ୍ରଥମ ।

ନିର୍ମାତା ରୂପେ ବାସୁଙ୍କ ପ୍ରଥମ ଫିଲ୍ମ ‘କୁଲି ନଂ ୱାନ’, ‘ହିରୋ ନମ୍ବର ୱାନ’, ‘ବିବି ନମ୍ବର ୱାନ’, ‘ଶାଦି ନମ୍ବର ୱା’, ‘ବଡ଼େ ମିୟାଂ ଛୋଟେ ମିୟାଂ’, ‘ପ୍ୟାର କିୟା ତୋ ଡରନା କ୍ୟା’ ଭଳି ଫିଲ୍ମ ନିର୍ମାଣ କରିଥିଲେ ।

ABOUT THE AUTHOR

...view details