ଓଡିଶା

odisha

ETV Bharat / sitara

ବିବାହ କଲେ ବରୁଣ ଧୱନ, ପିଲାଦିନ ସାଙ୍ଗ ନତାଶାଙ୍କୁ କଲେ ଦୁଲହନିଆଁ

ରବିବାର ହାତକୁ ଦି ହାତ ହେଲେ ବଲିଉଡ ହିରୋ ବରୁଣ ଧୱନ । ନିଜ ପିଲାଦିନ ସାଙ୍ଗ ନତାଶାଙ୍କୁ ବିବାହ କରିଛନ୍ତି ବରୁଣ । ଅଧିକ ପଢନ୍ତୁ...

VaruSha wedding: Pandits reach Alibaug venue ahead of muhurat
ବିବାହ କଲେ ବରୁଣ ଧୱନ, ପିଲାଦିନ ସାଙ୍ଗ ନତାଶାଙ୍କୁ କଲେ ଦୁଲହନିଆଁ

By

Published : Jan 24, 2021, 1:28 PM IST

Updated : Jan 24, 2021, 11:01 PM IST

ମୁମ୍ବାଇ: ରବିବାର ଆଲିବାଗରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ବଲିଉଡ ହିରୋ ବରୁଣ ଧୱନ । ନିଜ ପିଲାଦିନ ସାଙ୍ଗ ନତାଶାଙ୍କୁ ସାତ ଜନମର ସାଥି କଲେ ବରୁଣ ।

ବରୁଣ ଏବଂ ନତାଶା ଦୁହେଁ ଉଭୟଙ୍କ ପରିବାର, ଘନିଷ୍ଠ ବନ୍ଧୁ ଏବଂ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ମଧ୍ୟରେ ଆଲିବାଗସ୍ଥିତ ଏକ 'ଦ ମ୍ୟାନସନ୍ ହାଉସ' ରିସୋର୍ଟ ସାତ ଫେରା ନେଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ବିବାହ ହୋଇଥିଲା । କୋରୋନା ମହାମାରୀ ହେତୁ ସମାରୋହରେ ଅଂଶଗ୍ରହଣ କରୁଥିବା ଅତିଥିମାନଙ୍କ କୋରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ଏବେ ପ୍ରଶଂସକମାନଙ୍କୁ ବରୁଣ ଏବଂ ନତାଶାଙ୍କ ବିବାହ ଫଟୋକୁ ଅପେକ୍ଷା କରିବାକୁ ପଡିବ । ଆଶା କରାଯାଏ ଯେ ରାତି ସୁଦ୍ଧା ନୂଆ ଦମ୍ପତିଙ୍କ ପଟୋ ସାମ୍ନାକୁ ଆସିବ ।

ପ୍ରଶଂସକମାନେ ଦୀର୍ଘ ଦିନ ଧରି ବରୁଣ ଏବଂ ନତାଶାଙ୍କ ବିବାହକୁ ଅପେକ୍ଷା କରିଥିଲେ । ଦୁହେଁ ଦୀର୍ଘ ସମୟ ଧରି ନିଜ ବିବାହକୁ ନେଇ ଚର୍ଚ୍ଚାରେ ମଧ୍ୟ ଥିଲେ ।

କୋରୋନା ମହାମାରୀ ଯୋଗୁଁ ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର 40 ଜଣ ଅତିଥି ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି । ଏମାନଙ୍କ ମଧ୍ୟରେ ଉଭୟଙ୍କ ପରିବାର, ଘନିଷ୍ଠ ବନ୍ଧୁ ଏବଂ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ନାମ ସାମିଲ ଥିଲେ । କରଣ ଜୋହର, ମନୀଷ ମଲହୋତ୍ରା ଏବଂ କୁନାଲ କୋହଲି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

ସୂଚନା ଅନୁଯାୟୀ, ବରୁଣ ବିବାହ ମେନୁରେ ଲେବନାନ୍, ମେକ୍ସିକନ୍ ଏବଂ ଭାରତୀୟ ଖାଦ୍ୟ ଅନ୍ତର୍ଭୁକ୍ତ । ଫେବୃଆରୀ ୨ ରେ ମୁମ୍ବାଇର ଏକ ଫାଇବ ଷ୍ଟାର ହୋଟେଲରେ ବରୁଣ ଏବଂ ନତାଶାଙ୍କ ବିବାହ ରିସେପ୍ସନ୍ ଆୟେଜିତ ହେବ। ଏହି ରିସେପ୍ସନରେ ଘନିଷ୍ଠ ବନ୍ଧୁ ଏବଂ ଶିଳ୍ପପତିମାନେ ଯୋଗଦେବେ ।

Last Updated : Jan 24, 2021, 11:01 PM IST

ABOUT THE AUTHOR

...view details