ମୁମ୍ବାଇ: ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ପୁଣିଥରେ ଦର୍ଶକ ଏହି ଫିଲ୍ମରେ ବରୁଣ ଓ ଶ୍ରଦ୍ଧା କପୁରଙ୍କ କେମେଷ୍ଟ୍ରି ଦେଖିବାକୁ ପାଇବେ । ଇତିମଧ୍ୟରେ ବରୁଣ ଦେଶର ସବୁ ଷ୍ଟ୍ରିଟ ଡାନ୍ସର୍ସଙ୍କୁ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସେ ଦେଶର କୋଣ ଅନୁକୋଣରେ ରହୁଥିବା ଡାନ୍ସର୍ସଙ୍କ ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି । ପୂର୍ବରୁ ମଧ୍ୟ ଷ୍ଟ୍ରିଟ ଡାନ୍ସର ଫିଲ୍ମର ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜା ଅନେକ ଡାନ୍ସର୍ସଙ୍କୁ ସୁଯୋଗ ଦେଇସାରିଛନ୍ତି ।
ଏବେ ବରୁଣ, ରେମୋ ନିର୍ମାତା ଭୂଷଣ କୁମାର ଏବଂ ରେମୋଙ୍କ ପତ୍ନୀ ଲିଜେଲ ଡିସୁଜାଙ୍କ ସହ ମିଶି ଏକ ରାଷ୍ଟ୍ରବ୍ୟାପୀ ଅଭିଯାନର ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁଥିରେ ଷ୍ଟ୍ରିଟ ଡାନ୍ସର୍ସଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦିଆଯିବ ।