ହାଇଦ୍ରାବାଦ: ନିକଟରେ ଫିଲ୍ମ 'କୁଲି ନଂ 1'ର ନୂଆ ଗୀତ' ମମି କସମ 'ମୁକ୍ତିଲାଭ କରିଛି । ଏହି ଗୀତଟି ଏବେ ୟୁଟ୍ୟୁବରେ ଧମାଲ କରୁଛି ।
ଅଭିନେତା ବରୁଣ ଧୱନ ସୋସିଆଲ ମିଡିଆରେ ଏହି ଗୀତର ସୁଟିଂର ଏକ ଛୋଟ ଭିଡିଓ ସେୟାର କରିଛନ୍ତି । ଭିଡିଓ ଦେଖିବା ଦ୍ବାରା ଅନୁମାନ କରାଯାଇପାରେ ଯେ, ଏହି ଗୀତର ସୁଟିଂ ସମୟରେ ବରୁଣ ବହୁତ ମଜା ମସ୍ତି କରିଥିଲେ ।
ଗଣେଶ ଆଚାର୍ଯ୍ୟ 'ମମି କସମ' ଗୀତର କୋରିଓଗ୍ରାଫି କରିଛନ୍ତି ।
ଏହି ବଲିଉଡର ରୋମାଣ୍ଟିକ କମେଡି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଡେଭିଡ ଧୱନ ଏବଂ ଏହାର ନିର୍ମାତା ହେଉଛନ୍ତି ବାସୁ ଭଗ୍ନାନୀ, ଜ୍ୟାକି ଭଗ୍ନାନୀ ଏବଂ ଦୀପଶିଖା ଦେଶମୁଖ ।
ବରୁଣ ଏବଂ ସାରାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ପରେଶ ରାୱଲ, ରାଜପାଲ ଯାଦବ, ଜାଭେଦ୍ ଜାଫ୍ରି ଏବଂ ଜନି ଲିଭର ମଧ୍ୟ ନଜର ଆସିବେ ।
ପ୍ରକାଶ ଥାଉ ଯେ, 'କୁଲି ନଂ 1' ଗୋବିନ୍ଦା ଏବଂ କରିସ୍ମା କପୁରଙ୍କ ଫିଲ୍ମର ରିମେକ୍, ଯାହା 1995 ମସିହାରେ ସମାନ ନାଁ ରେ ରିଲିଜ କରିଥିଲା ।