ମୁମ୍ବାଇ: ବରୁଣ ଧୱନ ବର୍ତ୍ତମାନ ‘କୁଲି ନଂ 1’ ସୁଟିଂରେ ବ୍ୟସ୍ତ । ଫିଲ୍ମରେ ତାଙ୍କ ସହ ଅଭିନୟ କରିବେ ସାରା ଅଲ୍ଲୀ ଖାନ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ବରୁଣଙ୍କ ପିତା ତଥା ନିର୍ମାତା ଜେଭିଡ ଧୱନ ।
ପିତାଙ୍କ ପ୍ରଶଂସାରେ ବରୁଣ, ସମୟର ସଦୁପଯୋଗ ନେଇ ବାଣ୍ଟିଲେ ଜ୍ଞାନ - ବରୁଣ ଧୱନ
ଗୋବିନ୍ଦା ଓ କରିସ୍ମା କପୁରଙ୍କ ସୁପରଡୁପର ହିଟ୍ ଫିଲ୍ମ ‘କୁଲି ନଂ 1’ରେ ରିମେକ ଜଲଦି ଦେଖିବେ ଦର୍ଶକ । ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଓ ସାରା ।
ବରୁଣଙ୍କ ଅନୁଯାୟୀ ଗୋଟିଏ ପ୍ରୋଜୋକ୍ଟ ପାଇଁ ସୁଟିଂ ସିଫ୍ଟରେ ସଠିକ ସମୟରେ ପହଞ୍ଚିବା ଏବଂ ସମୟ ବରବାଦ ନକରିବାର ମହତ୍ବକୁ ସେ ଠିକ୍ ଭାବେ ବୁଝୁଛନ୍ତି । ଜଣେ କଳାକାରଙ୍କ ଜୀବନରେ ସମୟ ବହୁତ ମୂଲ୍ୟବାନ ଏବଂ ଆଜିର ଦୁନିଆରେ ସମୟ ହିଁ ଟଙ୍କା । ତେଣୁ ପ୍ରୋଫେସନାଲଜିମ୍ ମଧ୍ୟ ବହୁତ ମହତ୍ବପୂର୍ଣ୍ଣ । ଯଦି ଆପଣ ଚାହୁଁଛନ୍ତି କେହି ଠିକ୍ ସମୟରେ ଆସନ୍ତୁ ତେବେ ଅନ୍ୟଙ୍କ ସମୟର ମଧ୍ୟ ସମ୍ମାନ କରିବା କଥା ।
ଯଦି ସେ କେବେ କାହା ସମୟ ପାଳନରୁ ପ୍ରେରଣା ପାଇଛନ୍ତି ତାହାଲେ ସେ ନିଜ ପିତାଙ୍କ ଠାରୁ ହିଁ ପାଇଛନ୍ତି । ତାଙ୍କ ପିତା ବାସ୍ତବରେ ସବୁବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ସେଠାରେ ପହଞ୍ଚିନ୍ତି ବୋଲି ବରୁଣ କହିଛନ୍ତି । ଜଣେ ନିର୍ଦ୍ଦେଶକଙ୍କ ପୁଅ ହେବା ରୂପେ ଏହା ବୁଝିପାରୁଛନ୍ତି ।