ଓଡିଶା

odisha

ETV Bharat / sitara

ୟୁଟ୍ୟୁବର ଦାନିଶଙ୍କ ଲୁକରେ ବରୁଣ, ଦେଖନ୍ତୁ ଫଟୋ - ୟୁଟ୍ୟୁବର ଦାନିଶ ଜୈହନ

ଇନଷ୍ଟାଗ୍ରାମରେ ନିଜ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ର ଲୁକ ସେୟାର କରି ଚର୍ଚ୍ଚାରେ ବରୁଣ । ତାଙ୍କ ଏହି ଲୁକ ଦୁନିଆକୁ ଅଲବିଦା କହିସାରିଥିବା ପପୁଲାର ୟୁଟ୍ୟୁବର ଦାନିଶ ଜୈନଙ୍କ ଉପରେ ଆଧାରିତ।

varun dhawan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

By

Published : Jan 4, 2020, 9:57 PM IST

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ ରିଲିଜ ହେବାକୁ ପ୍ରସ୍ତୁତ। ନିକଟରେ ରିଲିଜ ହୋଇଥିବା ଏହି ଫିଲ୍ମର ଦମଦାର ଟ୍ରେଲରକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକେ। ଫିଲ୍ମର କାହାଣୀ ଭାରତ-ପାକ ଡାନ୍ସ ଲଢେଇକୁ ନେଇ ଆଧାରିତ। ଫିଲ୍ମରେ ଶ୍ରଦ୍ଧା ପାକିସ୍ତାନୀ ଡାନ୍ସର ହୋଇଥିବା ବେଳେ ବରୁଣ ଭାରତୀୟ ଡାନ୍ସର। ଏହି ଦୁଇ କଳାକାରଙ୍କ ବ୍ୟତୀତ ଫିଲ୍ମରେ ପ୍ରଭୁଦେବା ଓ ନୋରା ଫତେହୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ଷ୍ଟ୍ରିଟ ଡାନ୍ସର 3ଡି’ରେ ବରୁଣଙ୍କ ଲୁକକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । କାରଣ ତାଙ୍କ ନୂଆ ଅବତାର ଫେମସ ୟୁଟ୍ୟୁବର ଦାନିଶ ଜୈହନଙ୍କ ସହ ମିଶୁଛି ।

ଆଜ୍ଞା ହଁ, ଗତ ବର୍ଷ ସଡକ ର୍ଦୁଘଟଣାରେ ଜୀବନ ହରାଇଥିବା ଦାନିଶଙ୍କ ଲୁକରେ ଫିଲ୍ମରେ ନଜର ଆସିବେ ବରୁଣ । ଯାହାର ଖୁଲାସା ବରୁଣ ନିଜ ଇନଷ୍ଟାଗ୍ରାମରେ କରିଛନ୍ତି। ବରୁଣ, ଦାନିଶଙ୍କ ସହ ନିଜର ନୂଆ ଲୁକ ଫଟୋ ସେୟାର କରିଛନ୍ତି । ଫଟୋରେ ଗୋଟିଏ ପଟେ ଦାନିଶ ନଜର ଆସୁଥିବା ବେଳେ ଅନ୍ୟପଟେ ବରୁଣ ସର୍ଟଲେସ ଅବତାରରେ ଦେଖାଯାଉଛନ୍ତି । ଅବିକଳ ଦାନିଶଙ୍କ ପରି ଲାଗୁଛନ୍ତି ବରୁଣ । ଖାଲି ଏତିକି ନୁହେଁ ବରୁଣ ନିଜ ଫିଲ୍ମର ଷ୍ଟାଇଲିଷ୍ଟ ଆଲିମ ହକିମଙ୍କ ସହ ଏହି ଫଟୋକୁ ଟ୍ୟାଗ କରିଛନ୍ତି । ସେହିପରି ସେ ‘ଷ୍ଟ୍ରିଟ ଡାନ୍ସର 3ଡି’ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ଏହି ପରାର୍ମଶ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଫଟୋ ସେୟାର କରି ବରୁଣ ଲେଖିଛନ୍ତି, ‘ଷ୍ଟ୍ରିଟଡାନ୍ସରରେ ହ୍ୟାଣ୍ଡସମ ଦାନିଶଙ୍କ ଲୁକରୁ ସାହେଜଙ୍କ ଲୁକ ପ୍ରେରଣାଦାୟକ। ଦାନିଶ ଏବେ ଆମ ଗହଣରେ ନାହାଁନ୍ତି, ହେଲେ ସେ ଯେଉଁଠାରେ ମଧ୍ୟ ଅଛନ୍ତି ଭଲରେ ଥାନ୍ତୁ। ଆମ ତାଙ୍କୁ ବହୁତ ପ୍ରେମ କରୁଛୁ। ଏଥିପାଇଁ ମତେ ଲାଗିଥିଲା ଯେ ଲୋକଙ୍କୁ ଏହା ଜାଣିବାର ଆବଶ୍ୟକ ଅଛି ସେ ଆମର ମଧ୍ୟ ପ୍ରେରଣାଦାୟକ ସାଜିଛନ୍ତି। ରେମୋ ଡିସୁଜା ସାରଙ୍କ ଏହି ଆଇଡିଆ ଥିଲା ଆଉ ଆଲିମ ହକିମ ଭାଇ ମତେ ଅବିକଳ ଦାନିଶଙ୍କ ଭଳି କରିଦେଲେ । ପ୍ରେମ ଓ ସମ୍ମାନ ହ୍ୟାଶଟ୍ୟାଗ ଦାନିଶ।’

ABOUT THE AUTHOR

...view details