ଓଡିଶା

odisha

ETV Bharat / sitara

ଅରୁଣାଚଳ ପ୍ରଦେଶର ସିଏମଙ୍କୁ ଭେଟିଲେ ବରୁଣ-କ୍ରିତି ସାନନ,ଫଟୋ ଭାଇରାଲ - ଅରୁଣାଚଳ ପ୍ରଦେଶର ସିଏମଙ୍କୁ ଭେଟିଲେ ବରୁଣ-କ୍ରିତି

ବରୁଣ ଏବଂ କ୍ରିତି ଖୁବ ଶୀଘ୍ର ଫିଲ୍ମ 'ଭେଡିଆ' ରେ ଏକାଠି ନଜର ଆସିବେ । ଏହି ଯୋଡି ଫିଲ୍ମର ସୁଟିଂ ପାଇଁ ଉଭୟ ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି । ଯାହାକୁ ନେଇ ଫିଲ୍ମର ଟିମ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଭେଟିଥିଲେ । ଅଧିକ ପଢନ୍ତୁ...

Varun Dhawan, Kriti Sanon meet Arunachal CM
ଅରୁଣାଚଳ ପ୍ରଦେଶର ସିଏମଙ୍କୁ ଭେଟିଲେ ବରୁଣ-କ୍ରିତି,ଫଟୋ ଭାଇରାଲ

By

Published : Mar 4, 2021, 5:31 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ କ୍ରିତି ସାନନ ଖୁବ ଶୀଘ୍ର ଏକ ଫିଲ୍ମରେ ଏକାଠି ନଜର ଆସିବେ । ଏହି ଯୋଡିଙ୍କୁ ହରର-ଥ୍ରୀଲର ଫିଲ୍ମ 'ଭେଡିଆ' ରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ପାଇଁ ଉଭୟ ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି । ଫିଲ୍ମର ଅଧିକାଂଶ ସୁଟିଂ ଏଠାରେ ଶୁଟ୍ କରାଯିବ । କିନ୍ତୁ ଏହାପୂର୍ବରୁ ଫିଲ୍ମର ଟିମ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଭେଟିଥିଲେ ।

ଅରୁଣାଚଳ ପ୍ରଦେଶର ସିଏମ ପେମା ଖଣ୍ଡୁ ସୋସିଆଲ ମିଡିଆରେ ଫିଲ୍ମ 'ଭେଡିଆ' ଟିମଙ୍କ ର ଏକ ଫଟୋ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଫିଲ୍ମର ଟିମ୍ ବୁଧବାର ଦିନ ଏକ ପ୍ରାଇଭେଟ ଜେଟରେ ମୁମ୍ବାଇରୁ ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି । ବରୁଣ ଏବଂ କ୍ରିତିଙ୍କ ବ୍ୟତୀତ ଅଭିଷେକ ବାନାର୍ଜୀ ଏବଂ ନିର୍ମାତା ଦୀନେଶ ବିଜନଙ୍କ ସମେତ ପୁରା ଟିମ୍ ଉପସ୍ଥିତ ଥିଲେ ।

ଫିଲ୍ମ'ଭେଡିଆ' 14 ଏପ୍ରିଲ 2022 ରେ ମୁକ୍ତିଲାଭ କରିବ । ଏଥିରେ ମୁଖ୍ୟ ଭୂମିକାରେ ବରୁଣ ଏବଂ କ୍ରିତି ନଜର ଆସିବେ । ପ୍ରକାଶ ଥାଉକି, କ୍ରିତି-ବରୁଣ ଉଭୟ ପୂର୍ବରୁ ଦିଲୱାଲେ ଫିଲ୍ମରେ କାମ କରିଥିଲେ । ଦୁହିଁଙ୍କର କେମେଷ୍ଟ୍ରିକୁ ଫ୍ୟାନ୍ସ ବହୁତ ପସନ୍ଦ ମଧ୍ୟ ଭଲ କରିଥିଲେ ।

For All Latest Updates

ABOUT THE AUTHOR

...view details