ଓଡିଶା

odisha

ସାରାଙ୍କ ମଜାକ ଉଡାଇଲେ ବରୁଣ

By

Published : Apr 16, 2020, 1:36 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ସାରାଙ୍କ ପୁରୁଣା ଫଟୋ ସହ ନୂଆ ଫଟୋ। ମଜାଦାର କମେଣ୍ଟ କରି ଚର୍ଚ୍ଚାରେ ବରୁଣ ଧୱନ।

_varun dhawan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: ଚୁଲବୁଲ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନଙ୍କ ଆଗାମୀ ଫିଲ୍ମ ‘କୁଲି ନଂ-1-’ ଦୀର୍ଘ ସମୟରୁ ଚର୍ଚ୍ଚାରେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ବରୁଣଙ୍କ ପିତା ତଥା ନିର୍ମାତା ଡେଭିଡ ଧୱନ। ଇତିମଧ୍ୟରେ ସୋସିଆଲ ମିଡିଆରେ ବରୁଣ ଓ ସାରାଙ୍କ ନୋକ-ଝୋକ ଦେଖିବାକୁ ମିଳୁଛି।

ଦୁଇଜଣ ସୋସିଆଲ ମିଡିଆରେ ପରସ୍ପରର ମଜାକ ଉଡାଇବାରେ କୌଣସି ସୁଯୋଗ ଛାଡୁନାହାଁନ୍ତି। ଏମିତି କିଛି ଏବେ ସାମ୍ନାକୁ ଆସିଛି।

କଥାଟି ହେଲା ଯେ ବୁଧବାର ସାରା ଇନଷ୍ଟାଗ୍ରାମରେ ନିଜ ପିଲା ବେଳେ ଫଟୋ ସହ ଏବେକାର ଫଟୋ କୋଲାଜ କରି ସେୟାର କରିଥିଲେ। ଯାହାର କ୍ୟାପସନରେ ସେ ଲେଖିଥିଲେ, ‘ଆମେ ପିଲାବେଳୁ ଏମିତି।’

ସେପଟେ ସାରାଙ୍କ ଫଟୋ ଭାଇରାଲ ହେବା ମାତ୍ରେ ବରୁଣ ସଙ୍ଗେ ସଙ୍ଗେ କମେଣ୍ଟ କରି ଲେଖିଥିଲେ, ‘ସାରା କା ସାରା’ । ଆପଣ ବି ଦେଖନ୍ତୁ ସାରାଙ୍କ ଏହି ଫଟୋ...

ABOUT THE AUTHOR

...view details