ଓଡିଶା

odisha

ବରୁଣ@34, ରେସଲରର ସ୍ବପ୍ନ ନେଇ ସାଜିଲେ ଅଭିନେତା

By

Published : Apr 24, 2021, 11:38 AM IST

ଆଜି 34 ବର୍ଷରେ ପାଦ ଥାପିଲେ ବରୁଣ ଧୱନ । ସୋସିଆଲ ମିଡିଆରେ ଛୁଟିଲା ଫ୍ୟାନ୍ସଙ୍କ ଶୁଭେଚ୍ଛା ବାର୍ତ୍ତା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନଙ୍କ ଆଜି 34ତମ ଜନ୍ମଦିନ । ନିଜ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଥିବା ବରୁଣ ସେହି ୟଙ୍ଗ ଷ୍ଟାର୍ସଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଜ ଦମଦାର ଅଭିନୟ ଜରିଆରେ ନିଜ ପାଇଁ ବହୁତ କମ୍ ଦିନରେ ବଲିଉଡରେ ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ପୁଅ ହେବା ସତ୍ତ୍ବେ ସେ ଅଭିନୟ କରିବା ପାଇଁ କରିଥିଲେ ସଂଘର୍ଷ । ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

1987 ଏପ୍ରିଲ 24ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଅଭିନେତା । ତାଙ୍କ ପିତା ଡେଭିଡ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ହୋଇଥିବା ବେଳେ ତାଙ୍କ ବଡ ଭାଇ ମଧ୍ୟ ଜଣେ ରାଇଟର । ପିଲାବେଳୁ ସେ କୁସ୍ତିର ସୌଖୀନ ଥିଲେ । ଆଉ ବଡ ହୋଇ ସେ ପପୁଲାର ରେସଲର ହେବାକୁ ଚାହୁଁଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ହେଲେ ତାଙ୍କ ଭାଗ୍ୟରେ ବଲିଉଡ ଅଭିନେତା ହେବାର ଲେଖାଥିଲା । ତାଙ୍କୁ ବଲିଉଡରେ ଏଣ୍ଟ୍ରି କରାଇଥିଲେ ଫେମସ ନିର୍ମାତା କରନ ଜୋହର । କରନ ତାଙ୍କୁ ଫିଲ୍ମ ‘ମାଇଁ ନେମ ଇଜ ଖାନ’ରେ ଅଭିନୟ କରିବାର ଯୁଯୋଗ ଦେଇଥିଲେ । ହେଲି ସେହି ସମୟରେ ତାଙ୍କ ଭୂମିକା ଏତେ ଲାଇମଲାଇଟରେ ଆସିନଥିଲା ।

ଏହାପରେ କରନ ତାଙ୍କୁ ହିଟ୍ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରେ ସାମିଲ କରିଥିଲା । ଯାହା ତାଙ୍କୁ ରାତାରାତି ସଫଳତା ଯୋଗାଇବା ସହ ଲୋକପ୍ରିୟ ଅଭିନେତା ସଜାଇଥିଲା । ଏହି ଫିଲ୍ମରେ ତାଙ୍କ ଆଲିୟା ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ଏହି ଫିଲ୍ମରେ ପରେ ବରୁଣ 2014ରେ ଅନେକ ହିଟ୍ ଫିଲ୍ମ ଦେଇଚାଲିଲେ । ‘ମେଁ ତେରା ହିରୋ’, ‘ହମ୍ପ୍ଟି ଶର୍ମା କି ଦୁଲହନିୟା’ ଦର୍ଶକଙ୍କ ମନ କିଣିଥିଲା । ଏହି ଦୁଇ ଫିଲ୍ମ ପରେ ବରୁଣଙ୍କୁ ସିରିୟସ ରୋଲରେ ଦେଖିବାକୁ ମିଳିଲା । ଫିଲ୍ମ ବଦଲାପୁରରେ କାମ କରି ସମସ୍ତଙ୍କ ମନ କିଣିଥିଲେ ସେ । ସେହିପରି ତାଙ୍କ ପପୁଲାର ଫିଲ୍ମ ମଧ୍ୟରେ ସାମିଲ ଅଛି ‘ଏବିସିଡି 2’, ‘ଦିଲୱାଲେ’, ‘ଡିସୁମ୍’, ‘ଅକ୍ଟୋବର’ ଭଳି ଫିଲ୍ମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ହରର ଡ୍ରାମା ଫିଲ୍ମ ବେହଡିୟାରେ ନଜର ଆସିବେ । ଆଉ ତାଙ୍କ ସହ ରୋମାନ୍ସ କରି ସୁନ୍ଦରୀ କ୍ରିତି ସାନନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ଜନ୍ମଦିନ ଅବସରରେ ଅଭିନେତାଙ୍କୁ ଇଟିଭି ଭାରତ ତରଫରୁ ଅନେକ ଅନେକ ଶୁଭେଚ୍ଛା...

ABOUT THE AUTHOR

...view details