ଓଡିଶା

odisha

ETV Bharat / sitara

ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲରେ ବରୁଣ ଓ ଶ୍ରଦ୍ଧା - ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ

ବହୁ ଚର୍ଚ୍ଚିତ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’କୁ ନେଇ ଚର୍ଚ୍ଚାରେ ବରୁଣ ଓ ଶ୍ରଦ୍ଧା । ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ଏହି ଷ୍ଟାର୍ସ ଅହମ୍ମଦାବାଦରେ ଆୟୋଜିତ ହୋଇଥିବା 31ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲରେ ଯୋଗ ଦେଇଛନ୍ତି ।

varun dhavan and shraddha kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ ଫ୍ୟାନକ୍ଲବ

By

Published : Jan 11, 2020, 2:50 PM IST

ଗୁଜରାଟ: ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ ଏମାସ 24 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ । ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ଖୁବ୍ ବ୍ୟସ୍ତ ନଜର ଆସୁଛନ୍ତି ଷ୍ଟାରକାଷ୍ଟ । ଅନେକ ଇଭେଣ୍ଟରେ ଯୋଗ ଦେଇ ବରୁଣ ଓ ଶ୍ରଦ୍ଧା ଫିଲ୍ମର ପ୍ରମୋଶନ କରୁଛନ୍ତି । ଇତିମଧ୍ୟରେ ଏହି ଯୋଡି ଅହମ୍ମଦାବାଦରେ ଆୟୋଜିତ ହୋଇଥିବା 31ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲରେ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେହିପରି ବରୁଣଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୁଜା ମଧ୍ୟ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ । ସେଠାରେ ଫିଲ୍ମର ପ୍ରମୋଶନ କରିବା ସହ ରେମୋ ଓ ବରୁଣ ଜନସାଧାରଣଙ୍କ ସହ ଗୁଜରାଟି ଭାଷାରେ କଥାବାର୍ତ୍ତା କରିଥିଲେ । ଆଉ ବରୁଣ ଜନସାଧାରଣଙ୍କୁ କହିଥିଲେ ଯେ ଆମ ପୁରା ଟିମ ନିଷ୍ପତ୍ତି ନେଇଥିଲୁ ଯେ ସମସ୍ତଙ୍କ ସହ ଏଠାରେ ଗୁଜରାଟିରେ କଥାବାର୍ତ୍ତା ହେବୁ ।

ପ୍ରକାଶ ଥାଉକି ‘ଷ୍ଟ୍ରିଟ ଡାନ୍ସ 3ଡି’ରେ ଦର୍ଶକ ଶ୍ରଦ୍ଧା ଓ ବରୁଣଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ପାଇବେ । ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଫିଲ୍ମରେ ଫେମସ କୋରିଓଗ୍ରାଫର, ନିର୍ମାତା ଓ ଅଭିନେତା ପ୍ରଭୁ ଦେବା ଓ ବେଲୀ ଡାନ୍ସ ନୋରା ଫତେହୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଦମଦାର ଟ୍ରେଲରକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମରେ ଶ୍ରଦ୍ଧା ଜଣେ ପାକିସ୍ତାନୀ ଡାନ୍ସର ହୋଇଥିବାବେଳେ ବରୁଣ ଭାରତର ପପୁଲାର ଡାନ୍ସର ଭୂମିକାରେ ଅଭିନୟ କରୁଛନ୍ତି ।

ABOUT THE AUTHOR

...view details