ଓଡିଶା

odisha

ETV Bharat / sitara

ପରିବାର ବିନା ବାଣୀଙ୍କ ଜନ୍ମଦିନ ଅଧୁରା

ବାଣୀ କପୁର ଆଜି ତାଙ୍କର 32 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ସେ ତାଙ୍କ ପରିବାରଠାରୁ ଦୂରରେ ଅଛନ୍ତି । ଯେଉଁଥି ପାଇଁ ବାଣୀ କହିଛନ୍ତି ଯେ, ପିତାମାତା ଏବଂ ଭଉଣୀଙ୍କ ବିନା ମୋର ଜନ୍ମଦିନ ଅଧୁରା ଅଟେ । କିନ୍ତୁ ଭିଡିଓ କଲ୍ ମାଧ୍ୟମରେ ମୁଁ ମୋ ପରିବାର ସହିତ ଜୋଡି ହୋଇ ରହିବି । ଅଧିକ ପଢନ୍ତୁ...

vaani kapoor turns 32 says birthdays are incomplete without family
ପିତାମାତା-ଭଉଣୀଙ୍କ ବିନା ମୋର ଜନ୍ମଦିନ ଅଧୁରା : ବାଣୀ କପୁର

By

Published : Aug 23, 2020, 5:16 PM IST

ମୁମ୍ବାଇ: ରବିବାର ଦିନ ଅଭିନେତ୍ରୀ ବାଣୀ କପୁର ନିଜର 32 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ବାଣୀ କହିଛନ୍ତି, ମୋର ଜନ୍ମଦିନ ମୋର ପିତାମାତା ଏବଂ ଭଉଣୀଙ୍କ ବିନା ଅଧୁରା ଅଟେ । କିନ୍ତୁ ଭିଡିଓ କଲ୍ ମାଧ୍ୟମରେ ମୁଁ ମୋ ପରିବାର ସହିତ ଜୋଡି ହୋଇ ରହିବି । ସେମାନେ ମୋର ଶକ୍ତିର ସ୍ତମ୍ଭ ଅଟନ୍ତି । ତେଣୁ ମୁଁ ଏ ବର୍ଷ ସେମାନଙ୍କୁ ବହୁତ ମିସ୍ କରୁଛି । ସେମାନେ ଘରେ ନିରାପଦ ଏବଂ ସୁସ୍ଥ ରୁହନ୍ତୁ । ଆଶା କରୁଛି ଆସନ୍ତା ବର୍ଷ ଆମେ ଏକାଠି ଅନେକ ସମୟ ଅତିବାହିତ କରିବୁ ।

ଆଗାମୀ ସମୟରେ, ବାଣୀ ଅଭିନେତା ଅକ୍ଷୟ କୁମାରଙ୍କ ସହ 'ବେଲବଟମ୍' ରେ ନଜର ଆସିବେ ।

ଏହା ବ୍ୟତୀତ ବାଣୀ ଚଳଚ୍ଚିତ୍ର ଶମସେରରେ ରଣବୀର କପୁରଙ୍କ ସହିତ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details