ଓଡିଶା

odisha

ETV Bharat / sitara

କେମିତି ଲକଡାଉନରେ ନିଜକୁ ଖୁସି ରଖିଥିଲେ ବାଣୀ ?

ଲକଡାଉନରେ ଖୁସିରେ ରହିବାର କାରଣ କହିଲେ ବାଣୀ କପୁର । ବାଣୀ କହିଛନ୍ତି, ବିନା ମେକ୍ଅପ୍ ରେ ରହିବା ଏକ ଭିନ୍ନ ପ୍ରକାର ଖୁସି ଏବଂ ନୂତନ ଅନୁଭବ ଅଟେ । ଅଧିକ ପଢନ୍ତୁ...

vaani kapoor says refreshing change to go sans make up
କେମିତି ଲକଡାଉନରେ ନିଜକୁ ଖୁସି ରଖିଥିଲେ ବାଣୀ ?

By

Published : Jul 17, 2020, 3:49 PM IST

ମୁମ୍ବାଇ: ଏକ ନିର୍ଦ୍ଦିଷ୍ଟ କାରଣରୁ ଅଭିନେତ୍ରୀ ବାଣୀ କପୁର ଲକଡାଉନ ସମୟରେ ମଧ୍ୟ ଖୁସିରେ ଅଛନ୍ତି । ଏହାର କାରଣ ହେଉଛି ବିନା ମେକଅପ୍ ରେ ଘରେ ରହିବା ।

ବାଣୀ କହିଛନ୍ତି, ଲକଡାଉନରେ ବିନା ମେକଅପରେ ନିଜକୁ ପ୍ରାକୃତିକ ଉପାୟରେ ରଖିବା ଏକ ନୂତନ ଅନୁଭବ ଅଟେ । ଏହି ଉପାୟରେ ନିଜକୁ ଭଲ ପାଇବା ଉଚିତ । ଯେଉଁପରି ଏକ ନୂତନ ପୋଷାକ ପରିଧାନ କଲେ ଖୁସି ମିଳେ ସେହିପରି ବିନା ମେକଅପ୍ ରେ ରହିବା ମଧ୍ୟ ଏକ ନୂତନ ପରିବର୍ତ୍ତନ ସହିତ ଖୁସି ଲାଗେ ।

ବାଣୀ ଦୀର୍ଘ ଦିନର ବ୍ରେକ ପରେ ସୁଟିଂ ସେଟକୁ ଫେରି ବହୁତ ଖୁସି ଅଛନ୍ତି ।

ବାଣୀ ନିକଟରେ କହିଥିଲେ, ସତ କହିବାକୁ ଗଲେ, ମୁଁ ଦୀର୍ଘ ସମୟର ବିରତି ପରେ କାମ ଆରମ୍ଭ କରିଥିବାରୁ ବହୁତ ଖୁସି ଅଟେ । କିନ୍ତୁ ବହୁତ ସତର୍କତା ଅବଲମ୍ବନ କରି କାମ କରିବାକୁ ପଡିବ । ଯାହା ବି ହେଉ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ନେଇ ମୁଁ ବହୁତ ଉତ୍ସାହିତ ।

ରଣଜିତ୍ ଏମ୍ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ବେଲ୍ ବଟମ୍' ରେ ବାଣୀ ଏବଂ ଅକ୍ଷୟ ମୁ୍ଖ୍ୟ ଭୂମିକାରେ ନଜର ଆସିବେ ।

ପ୍ରକାଥ ଥାଉ କି, ନିକଟରେ ଅକ୍ଷୟ ଏହି ଚଳଚ୍ଚିତ୍ରର ପୁରା କାଷ୍ଟର ଫଟୋ ମଧ୍ୟ ସେୟାର କରିଥିଲେ । ଅକ୍ଷୟ ଏବଂ ବାଣୀଙ୍କ ସହ ଲାରା ଦତ୍ତା ଏବଂ ହୁମା କୁରେଶି ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ 2 ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details