ଓଡିଶା

odisha

ETV Bharat / sitara

ଶବାନାଙ୍କ ସୁସ୍ଥତା କାମନା କରି ହଟହଟା ଉର୍ବଶୀ - ପିଏମ ମୋଦିଙ୍କ ଟ୍ବିଟ ଭାଇରାଲ

ପୁଣି ଟ୍ରୋଲର୍ସଙ୍କ ଶିକାର ହେଲେ ଅଭିନେତ୍ରୀ ଉର୍ବଶୀ ରୌଟେଲା । ଏଥର ସେ ନିଜର କୌଣସି ଫଟୋ ପାଇଁ ନୁହେଁ ବରଂ ଶବାନାଙ୍କ ସୁସ୍ଥତା କାମନା କରି ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

urvashi rauthela
ଡିଜାଇନ ଫଟୋ

By

Published : Jan 20, 2020, 1:10 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ଉର୍ବଶୀ ରୌଟେଲା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହନ୍ତି । ସେ ପ୍ରାୟତଃ ନିଜ ଫଟୋ ଡାନ୍ସ ଭିଡିଓ ସେୟାର କରୁଥିବାର ନଜର ଆସନ୍ତି । ଯାହା ଉପରେ ତାଙ୍କ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ମଧ୍ୟ ଆସେ । ହେଲେ ଇତିମଧ୍ୟରେ ନିଜର ଏକ ଟ୍ବିଟକୁ ନେଇ ସେ ଖୁବ୍ ଟ୍ରୋଲ ହେବାରେ ଲାଗିଛନ୍ତି । ସେ ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀଙ୍କ କାରର ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ଯେଉଁଠାରେ ପିଏମ ମୋଦିଙ୍କଠୁ ନେଇ ଅନେକ ସେଲିବ୍ରିଟି ଶବାନାଙ୍କ ସୁସ୍ଥ ହେବାର କାମନା କରିଛନ୍ତି । ସେହିଠାରେ ଉର୍ବଶୀଙ୍କ ଟ୍ବିଟକୁ ନେଇ ଟ୍ରୋଲ କରାଯାଉଛି । ଏବେ ଆପଣ ଭାବୁଥିବେ ଯେ ଏଥିରେ ଟ୍ରୋଲ ହେବାର କଥା କଣ । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

ଡିଜାଇନ ଫଟୋ

ଉର୍ବଶୀଙ୍କ ଟ୍ବିଟର କଣ୍ଟେଟ ଅବିକଳ ପିଏମ ମୋଦିଙ୍କ ଟ୍ବିଟ କଣ୍ଟେଟ ଭଳି ଥିଲା । ୟୁଜର୍ସ ଉର୍ବଶୀଙ୍କ ଟ୍ବିଟ ଦେଖିବା ମାତ୍ରେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର ଲେଖିଥିଲେ, ‘ଆପଣ ତ ପିଏମ ମୋଦିଙ୍କ ଟ୍ବିଟକୁ କପି ପେଷ୍ଟ କରିଦେଇଛନ୍ତି ।’ ଆଉ କିଛି ୟୁଜର୍ସ ତାଙ୍କୁ ମୂର୍ଖ ମଧ୍ୟ କହିଛନ୍ତି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘Ctrl C+Ctrl V। ବଲିଉଡ ସେଲିବ୍ରିଟି କପି ପେଷ୍ଟ କରିବା କେବେ ବନ୍ଦ କରିବେ ନାହିଁ, ତେବେ ତାହା ଫିଲ୍ମ ହେଉ କିମ୍ବା ଟ୍ବିଟ’ ।

ପ୍ରକାଶ ଥାଉକି ଶନିବାର ବମ୍ବେ-ପୁନେ ହାଇୱେରେ ଶବାନାଙ୍କ କାରର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ତାଙ୍କ ସହ ସ୍ବାମୀ ତଥା ସଙ୍ଗୀତକାର ଜାଭେଦ ଅଖତର ଉପସ୍ଥିତ ଥିଲେ । ଦୁର୍ଘଟଣା ପରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ABOUT THE AUTHOR

...view details