ଓଡିଶା

odisha

ETV Bharat / sitara

Arab Fashion Week: 40 କୋଟି ଡ୍ରେସ ପିନ୍ଧି ରାମ୍ପରେ ଚାଲିଲେ ଉର୍ବଶୀ - ଆରବ ଫ୍ୟାଶନ ୱିକ୍‌ରେ ରାମ୍ପୱାକ୍‌ କଲେ ଉର୍ବଶୀ

ଆରବ ଫ୍ୟାଶନ ୱିକ୍‌ରେ ୪୦ କୋଟି ଟଙ୍କାର ଆଉଟଫିଟ ପିନ୍ଧି ଚର୍ଚ୍ଚାରେ ପୂର୍ବତନ ସୁନ୍ଦରୀ ଉର୍ବଶୀ ରୌଟେଲା । ଅଧିକ ପଢନ୍ତୁ

Arab Fashion Week: 40 କୋଟି ଡ୍ରେସ ପିନ୍ଧି ରାମ୍ପରେ ଚାଲିଲେ ଉର୍ବଶୀ
Arab Fashion Week: 40 କୋଟି ଡ୍ରେସ ପିନ୍ଧି ରାମ୍ପରେ ଚାଲିଲେ ଉର୍ବଶୀ

By

Published : Jan 30, 2022, 4:21 PM IST

ହାଇଦ୍ରାବାଦ: ବଲିଉଡ ଡିଭା ଉର୍ବଶୀ ରୌଟେଲା ତାଙ୍କ ନିଜ ବେଶଭୂଷା ପାଇଁ ବେଶ ଜଣାଶୁଣା । ବୋଲ୍ଡ ଷ୍ଟାଇଲ୍ ପାଇଁ ପ୍ରାୟତଃ ସେ ହେଡଲାଇନରେ ରହିଥାନ୍ତି । ଅଭିନେତ୍ରୀ ଏବେ 40 କୋଟି ଟଙ୍କା ମୂଲ୍ୟର ଏକ ଆଉଟଫିଟ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ଦାମୀ ପୋଷାକକୁ ସେ ଆରବ ଫ୍ୟାଶନ ୱିକରେ ପିନ୍ଧି ରାମ୍ପ ୱାକ୍‌ କରିଥିବା ଦେଖିବାକୁ ମିଳିଛି ।

ଆରବ ଫ୍ୟାଶନ ୱିକର ରାମ୍ପ ଶୋ'ରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ୱାକ୍‌ କରିଛନ୍ତି । ଗତ ଶନିବାର ସେ ଏହି ଇଭେଣ୍ଟର କିଛି ଫଟୋ ଓ ଭିଡ଼ିଓକୁ ନିଜ ସୋସିଆଲ ମିଡି଼ଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ସେ ସୁନେଲି ରଙ୍ଗର ଏକ ଆଉଟଫିଟ ପିନ୍ଧିଛନ୍ତି । ଯାହାର ମୂଲ୍ୟ ୪୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି । ଏହି ଆଉଟଫିଟ ଆଣ୍ଠୁ ଉପରକୁ ରହିଥିବା ବେଳେ ପ୍ଲଙ୍ଗିଙ୍ଗ ନେକଲାଇନ କଟିଂ ରହିଛି ।

ଏହି ଆଉଟଫିଟରେ ସେ ମୁଣ୍ଡରେ ଏକ କ୍ୟାପ୍‌ ପିନ୍ଧିଥିଲେ । ଏଥିରେ ବେଲୁନ୍ ସ୍ଲିଭ୍ ସହିତ ସେ ଏକ ଜ୍ୟାକେଟ ପିନ୍ଧଥିଲେ । ଏହା ତାଙ୍କ ଆଉଟଫିଟର ମୁଖ୍ୟ ଆକର୍ଷଣ ରହିଥିଲା । ତାଙ୍କ ମେକ-ଅପ କଥା କହିବାକୁ ଗଲେ ସେ ଡ୍ରାମାଟିକ ଆଖି ସହିତ ଚମକଦାର ମେକଅପ୍ ନେଇଥିଲେ । ଉର୍ବଶୀ ମୁଣ୍ଡରେ ପିନ୍ଧିଥିବା ଏକ କ୍ଲିଓପାଟ୍ରା ଷ୍ଟାଇଲର ସୁନେଲି ହେଡ଼ଡ୍ରେସ୍(Headdress) ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି ।

ଏହା ବି ପଢନ୍ତୁ: Bigg Boss 15 Finale: କାନ୍ଦିଲେ ଶେହନାଜ- ସଲମାନ

ପ୍ରସିଦ୍ଧ ଡିଜାଇନର୍ ଫର୍ନେ ୱାନ୍ ଆମାଟୋ(Furne One Amato)ଙ୍କ ଦ୍ବାରା ଉର୍ବଶୀଙ୍କ ହେଡଡ୍ରେସ ଡିଜାଇନ୍ ହୋଇଛି । ଯାହାର ସୃଷ୍ଟି ପାଶ୍ଚାତ୍ୟର ଜେନିଫର୍ ଲୋପେଜ୍, ବେୟନ୍ସ ଏବଂ ଅନ୍ୟାନ୍ୟ ଫ୍ୟାଶନିଷ୍ଟ ତିଆରି କରିଛନ୍ତି । ଉର୍ବଶୀଙ୍କ କାମ ସମ୍ପର୍କରେ ଆଲୋଚନା କଲେ ସେ ଖୁବଶୀଘ୍ର ଜିଓ ଷ୍ଟୁଡିଓ ୱେବ୍ ସିରିଜ୍ ଇନ୍ସପେକ୍ଟର ଅବିନାଶରେ ରଣଦୀପ ହୁଡାଙ୍କ ବିପକ୍ଷରେ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ ।

Thiruttu Payale 2 ର ହିନ୍ଦୀ ରିମେକ୍ ସହିତ ଏକ ଦ୍ବିଭାଷୀ ଥ୍ରିଲର ବ୍ଲାକ୍ ରୋଜରେ ଏହି ଅଭିନେତ୍ରୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ସେ ସାରଭାନା ବିପକ୍ଷରେ ଦି ଲିଜେଣ୍ଡ୍ ସହିତ ତାମିଲ ଡେବ୍ୟୁ କରିବେ ଏବଂ ଜିଓ ଷ୍ଟୁଡିଓ ସହିତ ଏକ three-film ଚୁକ୍ତି ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details