ଓଡିଶା

odisha

ETV Bharat / sitara

କୋରୋନା ସହାୟତା: 5 କୋଟି ଦାନ କଲେ ଉର୍ବଶୀ - 5 କୋଟି ଦାନ କଲେ ଉର୍ବଶୀ

କରୋନାଭାଇରସ ମହାମାରୀକୁ ରୋକିବା ପାଇଁ ଉର୍ବଶୀ ରାଉତେଲା 5 କୋଟି ଟଙ୍କା ଦାନ କରିଛନ୍ତି । ଉର୍ବଶୀଙ୍କୁ ଟିକଟକ ଡ୍ୟାନ୍ସ ମାଷ୍ଟରକ୍ଲାସ ମାଧ୍ୟମରେ ଏହି ଟଙ୍କା ମିଳିଥିଲା, ଯେଉଁଥିରେ ସେ ପ୍ରାୟ 18 ନିୟୁତ ଲୋକଙ୍କ ସହିତ ଜଡିତ ଥିଲେ । ଅଧିକ ପଢନ୍ତୁ...

Urvashi Rautela Donates Rs 5 Crore in Fight Against COVID-19, Says ‘no Donation is Too Small’
କୋରୋନା ସହାୟତା: 5 କୋଟି ଦାନ କଲେ ଉର୍ବଶୀ

By

Published : May 12, 2020, 11:09 PM IST

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀ ବିରୋଧ ଲଢେଇରେ ଅଭିନେତ୍ରୀ ଉର୍ବଶୀ ରାଉତେଲା 5 କୋଟି ଟଙ୍କା ସହଯୋଗ କରିଛନ୍ତି । ଉର୍ବଶୀ କହିଛନ୍ତି ଯେ, ଏହି କଷ୍ଟଦାୟକ ପରିସ୍ଥିତିରେ ଆମ ସମସ୍ତଙ୍କୁ ଏକଜୁଟ ହେବା ଆବଶ୍ୟକ ଏବଂ କୌଣସି ଦାନ ଛୋଟ ହୋଇନଥାଏ ।

ନିକଟରେ ଉର୍ବଶୀ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ, ସେ ଏକ ଭର୍ଚୁଆଲ ଡ୍ୟାନ୍ସ ମାଷ୍ଟରକ୍ଲାସ ଆୟୋଜନ କରିବାକୁ ଯାଉଛନ୍ତି । ଏହି ଅଧିବେଶନରେ ଉର୍ବଶୀ ଲୋକମାନଙ୍କୁ ଜୁମ୍ବା, ଟବାଟା ଏବଂ ଲାଟିନ ଡ୍ୟାନ୍ସ ଶିଖାଉଥିଲେ । ଡ୍ୟାନ୍ସ ମାଷ୍ଟରକ୍ଲାସ ମାଧ୍ୟମରେ ଉର୍ବଶୀ ଟିକଟକରେ 18 ନିୟୁତ ଲୋକମାନଙ୍କ ସହିତ ଜଡିତ ହୋଇଥିଲେ । ଏନେଇ ଉର୍ବଶୀଙ୍କୁ 5 କୋଟି ଟଙ୍କା ମିଳିଥିଲା ।

ଉର୍ବଶୀ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏହାସହ କେବଳ ରାଜନେତା, ସଂଗୀତଜ୍ଞ ଏବଂ କଳାକାରମାନେ ନୁହଁନ୍ତି, ସାଧାରଣ ଲୋକମାନେ ମଧ୍ୟ ଏଭଳି କଷ୍ଟଦାୟକ ପରିସ୍ଥିତିରେ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି । ଏଭଳି ପରିସ୍ଥିତିରେ ଆମେ ସମସ୍ତେ ଏକାଠି ଏବଂ ଆମେ ପରସ୍ପରକୁ ସମର୍ଥନ କରିବା ଆବଶ୍ୟକ । ଏହାସହ କୌଣସି ଦାନ ଛୋଟ ହୋଇନଥାଏ ।

ଉର୍ବଶୀ ଆହୁରି କହିଛନ୍ତି ଯେ, କ୍ରାଇ, ୟୁନିସେଫ ଏବଂ ସ୍ବଦେଶ ଫାଉଣ୍ଡେସନ କୋଭିଡ -19ରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରିବା ସହ ଅଭାବୀ ଲୋକମାନଙ୍କୁ ଏବଂ ଡାକ୍ତର, ଗରିବ ଲୋକମାନଙ୍କୁ ସାହାଯ୍ୟ କରି ଏକ ମହତ୍‌ କାର୍ଯ୍ୟ କରୁଛନ୍ତି ।

ଉର୍ବଶୀ କୋରାନା ସହାୟତା କରି ଅକ୍ଷୟ କୁମାର, ଅନୁଷ୍କା ଶର୍ମା, ବରୁଣ ଧୱନ, ପ୍ରିୟଙ୍କା ଚୋପ୍ରା ଏବଂ ଅନ୍ୟାନ୍ୟ ବଲିଉଡ ସେଲିବ୍ରିଟିଙ୍କ ସହ ଯୋଗ ଦେଇଛନ୍ତି ।

ନିକଟରେ ଉର୍ବଶୀ 'ବିଟ ପେ ଠୁମକା' ନାମକ ଏକ ଡ୍ୟାନ୍ସ ଟ୍ରାକ ରିଲିଜ କରିଛନ୍ତି । ଯେଉଁଥିରେ ଉର୍ବଶୀଙ୍କ ଡ୍ୟାନ୍ସକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

ABOUT THE AUTHOR

...view details