ଓଡିଶା

odisha

ଶିବସେନାରେ ସାମିଲ ହେଲେ ଉର୍ମିଲା ମାତୋଣ୍ଡକର

By

Published : Dec 1, 2020, 4:17 PM IST

ପୁଣିଥରେ ଚର୍ଚ୍ଚାରେ ଉର୍ମିଲା ମାତୋଣ୍ଡକର । ସେ ରାଜନୀତିର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ଆଜି ସେ ଶିବସେନାରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

urmila-joins-uddhav-thackeray-led-shivsena-today
ଶିବସେନାରେ ସାମିଲ ହେଲେ ଉର୍ମିଲା ମାତୋଣ୍ଡକର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ପୁଣିଥରେ ରାଜନୀତିରେ ସକ୍ରିୟ ହେବାକୁ ଯାଉଛନ୍ତି । ଆଜି ସେ(ମଙ୍ଗଳବାର) ଶିବସେନାରେ ସାମିଲ ହୋଇଛନ୍ତି ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେଙ୍କ ଠାରୁ ଉର୍ମିଳା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ଏହାପୂର୍ବରୁ ଉର୍ମିଲା 2019 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ମୁମ୍ବାଇ ଉତ୍ତରରୁ ଟିକେଟ ଦେଇଥିଲା । ବହୁ ଚେଷ୍ଟା ସତ୍ତ୍ବେ ସେ ନିର୍ବାଚନ ହାରିଥିଲେ । ଏହାପରେ ସେ ୨୦୧୯ ସେପ୍ଟେମ୍ବର ୧୦ ତାରିଖରେ ଦଳ ଛାଡିଦେଇଥିଲେ ।

ଶିବସେନା ସୂତ୍ରରୁ ପ୍ରକାଶ ଯେ,ବାସ୍ତବରେ, ମହାରାଷ୍ଟ୍ରର ଶିବସେନା ନେତୃତ୍ବାଧୀନ ମିଳିତ ସରକାର ଉର୍ମିଲାଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ସ୍ଥିର କରିଥିଲେ । ସରକାର ତାଙ୍କ ନାମ ରାଜ୍ୟପାଳ ଭଗବତ ସିଂ କୋଶ୍ୟାରୀଙ୍କ ନିକଟକୁ ପଠାଇଥିଲେ । ଏଥିସହିତ ଶିବସେନା ଉର୍ମିଲା, ଚନ୍ଦ୍ରକାନ୍ତ ରଘୁବଂଶୀ, ବିଜୟ କରଞ୍ଜକର ଏବଂ ନିତିନ ବାଙ୍ଗୁଡେ ପାଟିଲଙ୍କ ନାମ ପଠାଇଥିଲେ । ସେବେଠାରୁ ଉର୍ମିଲା ଶିବସେନାରେ ଯୋଗଦେବେ ବୋଲି କଳ୍ପନା କରାଯାଉଥିଲା ।

ABOUT THE AUTHOR

...view details