ହାଇଦ୍ରାବାଦ: ବିଗ୍ ବସ୍ ଫେମ୍ ଉର୍ଫି ଜାଭେଦ୍ ତାଙ୍କ ବୋଲ୍ଡ ଏବଂ ଅନନ୍ୟ ଫ୍ୟାଶନ୍ ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଯେତେବେଳେ ବି ଅଭିନେତ୍ରୀ ଘରୁ ବାହାରନ୍ତି, ସେ କିଛି ନା କିଛି ନୂଆ ଷ୍ଟାଇଲ୍ ପୋଷାକ ପିନ୍ଧିଥାନ୍ତି । ଏପଟେ ଉର୍ଫିଙ୍କ ଫ୍ୟାଶନ୍ ସେନ୍ସକୁ ନେଇ ମଜାକ ଉଡାନ୍ତି ୟୁଜର୍ସ । ବର୍ତ୍ତମାନ ଉର୍ଫିଙ୍କ କିଛି ନୂଆ ଫଟୋ ସାମ୍ନାକୁ ଆସିଛି । ସେ ତାଙ୍କ ଶରୀରର Paint Art କରିଥିବାର ଏହି ଫଟୋରେ ଦେଖିବାକୁ ମିଳିଛି ।
ଉର୍ଫିଙ୍କ ଜାଭେଦର ଏହି ଅବତାର ପୂର୍ବରୁ କେବେ ଦେଖାଯାଇ ନଥିଲା । ଏହି ଫଟୋରେ ଉର୍ଫି ଶରୀରରେ ପେଣ୍ଟ ଆର୍ଟ କରିଥିବା ଦେଖିବାକୁ ମିଳିଥିଲା । ସେ ଏକ ଧଳା ପ୍ୟାଣ୍ଟ-ସୁଟ୍ ପିନ୍ଧିଥିଲେ । ଉର୍ଫି ଜାଭେଦ୍ ଏଥର କେବଳ ତାଙ୍କ ପୋଷାକ ସହିତ ଏକ୍ସପେରିମେଣ୍ଟ କରିନାହାଁନ୍ତି ବରଂ ଗୋଲାପୀ-ଧଳା ଫୁଲରେ ତାଙ୍କ ଶରୀରକୁ ରଙ୍ଗୀନ କରିଛନ୍ତି ।