ଓଡିଶା

odisha

ପ୍ଲାଷ୍ଟିକରେ ମନ୍ନତକୁ ଘୋଡାଇଲେ

By

Published : Jul 21, 2020, 4:02 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ଶାହରୁଖଙ୍କ ବଙ୍ଗଳା ଫଟୋ । ବର୍ଷାରୁ ନିଜ ଘରକୁ ବଞ୍ଚାଇବା ପାଇଁ ଶାନଦାର ଉପାୟ ଆପଣାଇଛନ୍ତି ସେ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ରହିଥିବା ଶାହରୁଖ ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ପ୍ରାୟତଃ ତାଙ୍କ ସୋସିଆଲ ମିଡିଆରେ ଅନେକ ଥ୍ରୋବ୍ୟାକ ଫଟୋ, ଭିଡିଓ ଇତ୍ୟାଦି ଦେଖିବାକୁ ମିଳୁଛି । ଏବେ ପୁଣି ସୋସିଆଲ ମିଡିଆରେ ତାଙ୍କ ସହ ସମ୍ପୃକ୍ତ ଥିବା କିଛି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଥର ତାଙ୍କ ଫଟୋ ନୁହେଁ ବରଂ ତାଙ୍କ ବଙ୍ଗଳା ମନ୍ନତର ଫଟୋ ଦେଖିବାକୁ ମିଳୁଛି। କାରଣ ସେ ନିଜ ପୁରା ବଙ୍ଗଳାକୁ ପ୍ଲାଷ୍ଟିକରେ କଭର କରିଦେଇଛନ୍ତି ।

କାରଣ ସବୁ ବର୍ଷ ବର୍ଷା ଋତୁରେ ଶାହରୁଖ ନିଜ ଘରର ଖୁବ୍ ଯତ୍ନ ନିଅନ୍ତି । ଆଉ ପ୍ଲାଷ୍ଟିକରେ ପୁରା ଘରକୁ କଭର କରିଦିଅନ୍ତୁ। ଏଥର ମଧ୍ୟ ସେ ସେମିତି କରିଛନ୍ତି।

ମନ୍ନତରେ ଶାହରୁଖ ପତ୍ନୀ ଗୌରୀ ଖାନ, ପୁଅ ଆର୍ୟନ, ସୁହାନା ଓ ଅବରାମଙ୍କ ସହ ରହୁଛନ୍ତି । ପ୍ରକାଶ ଥାଉକି ନିକଟରେ ଶାହରୁଖ ନିଜ ଅଫିସ ବିଲ୍ଡିଂକୁ କ୍ବାରେଣ୍ଟିନ ସେଣ୍ଟରରେ ପରିଣତ କରିଥିଲେ । କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସେ ବିଏମସିକୁ ବିଲ୍ଡ୍ଡି ଦାନ କରିଛନ୍ତି।

ABOUT THE AUTHOR

...view details