ଓଡିଶା

odisha

ୟୁପି ସରକାରଙ୍କ ବଡ ନିଷ୍ପତ୍ତି, ଛାଡ ହେବ ସିନେମାହଲ ଲାଇସେନ୍ସ ଫି

By

Published : Oct 15, 2020, 3:39 PM IST

ଖୋଲିବ ଦେଶର ସିନେମାହଲ । ୟୁପି ସିନେମାହଲ ମାଲିକଙ୍କୁ ମିଳିଲା ଆଶ୍ବସ୍ତି । 6 ମାସର ଲାଇସେନ୍ସ ଫି ଛାଡ ଘୋଷଣା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଆଜି ପୁରା ଦେଶରେ ଖୋଲିଲା ସିନେମାହଲ । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ସେପଟେ ମନୋରଞ୍ଜନ ଇଣ୍ଡଷ୍ଟ୍ରିକୁ ଆଶ୍ବସ୍ତି ଦେଇ ଉତ୍ତରପ୍ରଦେଶ ସରକାର ରାଜ୍ୟ ସିନେମାହଲକୁ ଲାଇସେନ୍ସ ଫିରେ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଏହାର ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମଲ୍ଟିପ୍ଲେକ୍ସ ଏବଂ ସିନେମା ହାଉସକୁ ଏପ୍ରିଲ 1ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଲାଇସେନ୍ସ ଫି ଛାଡ କରାଯାଇଛି ।

ସରକାରୀ ମୁଖପାତ୍ର କହିଛନ୍ତି ଯେ କୋରୋନା ଲକଡାଉନ କାରଣରୁ ମଲ୍ଟିପ୍ଲେକ୍ସ ଏବଂ ସିନେମା ହାଉସ୍ ବନ୍ଦ ହୋଇଯାଇଥିଲା । ଯାହାକୁ ଦୃଷ୍ଟିରେ ରଖି ସିନେମାହଲ ମାଲିକଙ୍କୁ ରିହାତି ଦିଆଯାଇଛି । ସେହିପରି ସିନେମା ନିୟମାବଳୀ ଅଧିନିୟମ 1955ର ଧାରା 10 ଅନୁଯାୟୀ ଏହି ରିହାତି ଦିଆଯାଇଛି। 15 ତାରିଖରୁ କୋଭିଡ -19 ପ୍ରୋଟୋକଲର କିଛି ସର୍ତ୍ତ ସହିତ ସିନେମା ଘର ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ପ୍ରକାଶ ଥାଉକି ଦୀର୍ଘ ସାତ ମାସ ପରେ ଦର୍ଶକ ବଡ ପରଦାରେ ଫିଲ୍ମ ଦେଖିବାକୁ ଯାଉଛନ୍ତି । ରିଲିଜ ହୋଇସାରିଥିବା ଫିଲ୍ମ ପୁଣିଥରେ ରିଲିଜ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ମାଲିକ । ଏହି କ୍ରମରେ ସାମିଲ ଅଛି 'ତାନାଜୀ' ଏବଂ 'ୱାର' ସହିତ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଶୁଭ ମଙ୍ଗଲ ଜ୍ୟାଦା ସାବଧାନ', ସିଦ୍ଦାର୍ଥ ରଏ କପୁର ଓ ଦିଶାଙ୍କ 'ମଲଙ୍ଗ', ତାପସୀ ପନ୍ନୁଙ୍କ 'ଥାପଡ' ଏବଂ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ 'କେଦାରନାଥ' ପୁଣି ଥିଏଟରରେ ଦେଖିବାକୁ ମିଳିବ ।

ABOUT THE AUTHOR

...view details