ଓଡିଶା

odisha

ETV Bharat / sitara

ଲକଡାଉନରେ ୟୁଟ୍ୟୁବରେ ଛାଇଲା ଉଦିତଙ୍କ ଭୋଜପୁରୀ ଗୀତ - ରୋମାଣ୍ଟିକ ସିଙ୍ଗର ଉଦିତ ନାରାୟଣଙ୍କ ନ୍ୟୁଜ

ୟୁଟ୍ୟୁବରେ ପୁଣି ଭାଇରାଲ ହେଲା ଭୋଜପୁରୀ ସୁପରହିଟ୍ ଫିଲ୍ମ ‘ପ୍ରତିଜ୍ଞା’ର ଫେମସ ଗୀତ ‘ମନ କେ ସୱାରିୟା ବନ ଗଈଲ ତୁ।’ ଗୀତଟିକୁ ଗାଇଛନ୍ତି ରୋମାଣ୍ଟିକ ସିଙ୍ଗର ଉଦିତ ନାରାୟଣ।

ଫଟୋ ସୌଜନ୍ୟ: ୟୁଟ୍ୟୁବ
ଫଟୋ ସୌଜନ୍ୟ: ୟୁଟ୍ୟୁବ

By

Published : Apr 28, 2020, 7:59 PM IST

ମୁମ୍ବାଇ: ଲୋକପ୍ରିୟ ଗାୟକ ଉଦିତ ନାରାୟଣ ବଲିଉଡ ସହ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଚର୍ଚ୍ଚିତ। ତାଙ୍କ ରୋମାଣ୍ଟିକ ଗୀତକୁ ଖୁବ୍ ପସନ୍ଦ କରାଯାଏ। ଲକଡାଉନ ସମୟରେ ଉଦିତ ଓ କଳ୍ପନା ପଟୋୱାରୀଙ୍କ ଏକ ଭୋଜପୁରୀ ରୋମାଣ୍ଟିକ ଗୀତ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଏଯାବତ ଏହାକୁ କୋଟିରୁ ଅଧିକଥର ଦେଖାସରିଲାଣି। ଏହି ଗୀତଟି ଫିଲ୍ମ ‘ପ୍ରତିଜ୍ଞା’ର ଫେମସ ଗୀତ ‘ମନ କେ ସୱାରିୟା ବନ ଗଈଲ ତୁ।’ ବର୍ତ୍ତମାନ ୟୁଟ୍ୟୁବରେ ଗୀତର ଫ୍ୟାନ୍ସ ସଂଖ୍ୟା ବଢିଚାଲିଛି।

ଗୀତରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ସୁପରହିଟ୍ ଯୋଡି ଦିନେଶ ଲାଲ ଯାଦବ ଉର୍ଫ ନିରହୁଆ ଓ ପାଖି ହେଗଡେ ନଜର ଆସୁଛନ୍ତି। ରାଜେଶ ରଜନୀଶ ଗୀତର ଲିରିକ୍ସ ଲେଖିଛନ୍ତି। ସେହିପରି ଗୀତରେ ଶନଦାର ମ୍ୟୁଜିକର ତଡକା ଲାଗାଇଛନ୍ତି ଫେମସ ଭୋଜପୁରୀ ସଙ୍ଗୀତକାର ବିନୟ ବିହାରୀ।

2008ରେ ରିଲିଜ ହୋଇଥିବା ଫିଲ୍ମ ‘ପ୍ରତିଜ୍ଞା’ରେ ନେରୁଆ ଓ ପାଖୀଙ୍କ ବ୍ୟତୀତ ସୁପରଷ୍ଟାର ପୱନ ସିଂ ମଧ୍ୟ ନଜର ଆସିଥିଲେ । ଫିଲ୍ମଟିକୁ ୟୁଏ ସାର୍ଟିଫିକେଟ ମିଳିଥିଲା।

ABOUT THE AUTHOR

...view details