ମୁମ୍ବାଇ: ଗୁରୁବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ମିଳିଲା ଲୋକପ୍ରିୟ ଅଭିନେତା ଆସିଫ ବସ୍ରାଙ୍କ ମୃତଦେହ । ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଧ୍ୟାହ୍ନ 12.30ରେ ପୋଲିସ ଆତ୍ମହତ୍ୟା ବିଷୟରେ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ତାଙ୍କ ମୃତ୍ୟୁରେ ବଲିଉଡରେ ଖେଳିଯାଇଛି ଶୋକର ଛାୟା । ସେପଟେ ସୋସିଆଲ ମିଡିଆରେ ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ସମସ୍ତେ । ‘ପତାଲା ଲୋକ’ ଅଭିନେତାଙ୍କୁ ହରାଇ ସମସ୍ତେ ଦୁଃଖି ।
ଏଯାବତ ତାଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ଏସଏସପି କାଙ୍ଗ୍ରା ଭିମୁକ ରଂଜନ କହିଛନ୍ତି, ‘ଏହା ଆତ୍ମହତ୍ୟା ମାମଲା କିନ୍ତୁ ଆମେ ଏହାର କାରଣ ଅନୁସନ୍ଧାନ କରୁଛୁ । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।’