ଓଡିଶା

odisha

ଅଲଗା ହେଲେ କିରଣ ଆମୀର, ମିମ୍ସରେ ଭର୍ତ୍ତି ସୋସିଆଲ ମିଡିଆ

ଦ୍ବିତୀୟ ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ ଓ ମିମ୍ସର ଶିକାର ହେଲେ ଅଭିନେତା ଆମୀର ଖାନ । ଅଧିକ ପଢ଼ନ୍ତୁ...

By

Published : Jul 3, 2021, 7:28 PM IST

Published : Jul 3, 2021, 7:28 PM IST

twitter reacts to amir khan and kiran rao divorce, twitter reaction, memes and trolls on amir khan, LoveJihad, Fatima Sana Shaikh, amir khan and kiran rao divorce ଅଲଗା ହେଲେ କିରଣ ଆମୀର, ସୋସିଆଲ ମିଡିଆରେ ଭରିଲା ମିମ୍ସ, ଆମୀର ଖାନ, କିରଣ ରାଓ, ସୋସିଆଲ ମିଡିଆ
ଅଲଗା ହେଲେ କିରଣ ଆମୀର, ସୋସିଆଲ ମିଡିଆରେ ଭରିଲା ମିମ୍ସ

ହାଇଦ୍ରାବାଦ: ଶନିବାର ଅଭିନେତା ଆମୀର ଖାନ ଓ ପ୍ରଯୋଜିକା ତଥା ନିର୍ଦ୍ଦେଶିକା କିରଣ ରାଓ 15 ବର୍ଷ ବିବାହ ବନ୍ଧନରୁ ମୁକ୍ତ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ ଉଭୟ ବୟାନ ଦେଇଛନ୍ତି ଯେ ସେମାନେ ତାଙ୍କ ପୁଅର ମାତା ପିତା ଓ ପରସ୍ପର ପାଇଁ ପରିବାର ଭାବେ ରହି ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବେ । ଡିସେମ୍ବର 2005ରେ ଉଭୟ ବିବାହ କରିଥିବା ବେଳେ ଡିସେମ୍ବର 2011ରେ ସେମାନ ପୁତ୍ର ସନ୍ତାନ ଆଜାଦ ରାଓ ଖାନଙ୍କ ମାତା-ପିତା ହୋଇଥିଲେ ।

ତେବେ ବିବାହ ବିଚ୍ଛେଦ ପରେ ସୋସିଆଲ ମିଡିଆରେ ଆମୀରଙ୍କୁ କରାଯାଉଛି ପ୍ରବଳ ଟ୍ରୋଲ୍‌ । ପୂର୍ବରୁ ପ୍ରଥମ ପତ୍ନୀ ରିନା ଦତ୍ତାଙ୍କୁ ଛାଡପତ୍ର ଦେଇ କିରଣଙ୍କୁ ବିବାହ କରିଥିବା ଆମୀର ଫ୍ୟାନ୍ସଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଟ୍ବିଟରରେ #LoveJihad, #FatimaSanaShaikh, #Divorce ଇତ୍ୟାଦି ଟ୍ରେଣ୍ଡ କରୁଛି ।

ଦଙ୍ଗଲ ଫିଲ୍ମରେ ଆମୀରଙ୍କ ଝିଅ ଗୀତା ଭୂମିକାରେ ନଜର ଆସିଥିବା ଫାତିମା ସନା ଶେଖଙ୍କ ନାଁ ବର୍ତ୍ତମାନ ଆମୀରଙ୍କ ସହ ଯୋଡ଼ା ଯାଉଛି ।

ତେବେ ଅନେକ ଲୋକ ଫାତିମା ଛାଡପତ୍ରର କାରଣ ନୁହନ୍ତି ବୋଲି ମଧ୍ୟ ଦର୍ଶାଇଛନ୍ତି । ଯୁବ ଅଭିନେତ୍ରୀଙ୍କୁ ଏସବୁ ସହ ଯୋଡ଼ା ନଯିବାକୁ ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details