ଓଡିଶା

odisha

ETV Bharat / sitara

ଅକ୍ଷୟଙ୍କୁ ଅପନା ମାଲ୍ କହିଲେ ଟ୍ୱିଙ୍କଲ, ପୋଷ୍ଟ ଭାଇରାଲ - ଅକ୍ଷୟଙ୍କୁ ଅପନା ମାଲ୍ କହିଲେ ଟ୍ୱିଙ୍କଲ ଖାନ୍ନା

ଟ୍ୱିଙ୍କଲ ଖାନ୍ନା ଅକ୍ଷୟ କୁମାରଙ୍କ ସହ ସବୁବେଳେ ମଜାଳିଆ ପୋଷ୍ଟ ସେୟାର କରନ୍ତି। ଏଥର କିନ୍ତୁ ଟ୍ୱିଙ୍କଲ ଅକ୍ଷୟଙ୍କ ଫଟୋ ସହ ତାଙ୍କ ପ୍ରଶଂସା ମଧ୍ୟ ବେଶ୍ କରିଛନ୍ତି। ଅଧିକ ପଢନ୍ତୁ

ଅକ୍ଷୟଙ୍କୁ ଅପନା ମାଲ୍ କହିଲେ ଟ୍ୱିଙ୍କଲ ଖାନ୍ନା, ପୋଷ୍ଟ ଭାଇରାଲ
ଅକ୍ଷୟଙ୍କୁ ଅପନା ମାଲ୍ କହିଲେ ଟ୍ୱିଙ୍କଲ ଖାନ୍ନା, ପୋଷ୍ଟ ଭାଇରାଲ

By

Published : Jan 28, 2022, 10:36 PM IST

ହାଇଦ୍ରାବାଦ:ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ ବିବାହକୁ ପୂରିଲାଣି 21 ବର୍ଷ। ଆଜି ବି ଦୁହେଁ ଦୁହିଁଙ୍କ ପ୍ରେମରେ ପାଗଳ। ଉଭୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପରସ୍ପରର ଫଟୋ ସେୟାର କରନ୍ତି । ଯଦିଓ ଫଟୋରେ ଭଲପାଇବା କମ୍, ମଜାଳିଆ ପୋଷ୍ଟ ଅଧିକ ବୋଲି ପ୍ରଶଂସକମାନେ ଦେଖିବାକୁ ପାଇଥାନ୍ତି । କେବଳ ବାସ୍ତବ ଜୀବନରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ପରସ୍ପରର ମଜା ଉଡାଇବାରେ ବ୍ୟସ୍ତ ଥାନ୍ତି ।

ନିକଟରେ ଟ୍ୱିଙ୍କଲ ଖାନ୍ନା ତାଙ୍କ ଇନଷ୍ଟା ଷ୍ଟୋରୀରେ ସ୍ୱାମୀ ଅକ୍ଷୟ କୁମାରଙ୍କ ଫଟୋ ସେୟାର କରିଛନ୍ତି ଏବଂ ତାଙ୍କୁ ନିଜର ମାଲ୍ ବୋଲି କହିଛନ୍ତି। ଇନଷ୍ଟା ଷ୍ଟୋରୀରେ ଅକ୍ଷୟ କୁମାରଙ୍କ ଫଟୋ ସେୟାର କରି ଟ୍ୱିଙ୍କଲ ଖାନ୍ନା ଲେଖିଛନ୍ତି, 'ଅପନା ମାଲ - ତାଙ୍କ ବୟସ ମଧ୍ୟ ହ୍ବିସ୍କି ପରି ବଢୁଛି। କଣ ଆପଣ ମଧ୍ୟ ଏହିଭଳି ଭାବୁଛନ୍ତି କି ?

ଅକ୍ଷୟଙ୍କୁ ଅପନା ମାଲ୍ କହିଲେ ଟ୍ୱିଙ୍କଲ ଖାନ୍ନା, ପୋଷ୍ଟ ଭାଇରାଲ

ଏହି ଫଟୋରେ ଅକ୍ଷୟ ହାଲୁକା ନୀଳ ରଙ୍ଗର ସାର୍ଟ ଏବଂ ଧଳା ପ୍ୟାଣ୍ଟ ପିନ୍ଧିଛନ୍ତି। ଏହି ଫଟୋଟି ତାଙ୍କ ଛୁଟିଦିନର ହୋଇଥିବା ଜଣାପଡିଛି । ଟ୍ୱିଙ୍କଲ ଖାନ୍ନା ଏବଂ ଅକ୍ଷୟ କୁମାର ବଲିଉଡର ଅନ୍ୟତମ ଲୋକପ୍ରିୟ ଏବଂ ପାଓ୍ବାର କପଲ୍। ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details