ମୁମ୍ବାଇ: କୋରୋନା ବ୍ୟତୀତ ଏବେ ମୁମ୍ବାଇରେ ଘୂର୍ଣ୍ଣିବଳୟ ନିସର୍ଗକୁ ନେଇ ଚର୍ଚ୍ଚା । ଯାହା ଶୀଘ୍ର ମୁମ୍ବାଇର ସମୁଦ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ଶୁଣିବାକୁ ମିଳୁଛି । ଯାହାକୁ ନେଇ ଆତଙ୍କିତ ମୁମ୍ବାଇବାସୀ । ଏଥରରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି ମଧ୍ୟ । ଏଯାବତ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ନିଜ ନିଜ ଫ୍ୟାନ୍ସଙ୍କୁ ଚିନ୍ତା ସମ୍ବନ୍ଧୀୟ ବାର୍ତ୍ତା ପୋଷ୍ଟ କରିସାରିଲେଣି । ଆଉ ଏବେ ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ସମୁଦ୍ର କୂଳର ଏକ ଭିଡିଓ ସେୟାର କରି ଚିନ୍ତା ପ୍ରକାଶ କରିଛନ୍ତି ।
ଘୂର୍ଣ୍ଣିବଳୟ ନିସର୍ଗ ଉପରେ ଟ୍ବିଙ୍କଲ-ଅନୁପମଙ୍କ ଟ୍ବିଟ
ଟ୍ବିଟ କରି ଟ୍ବିଙ୍କଲ ଖାନ୍ନା ଘୂର୍ଣ୍ଣିବଳୟ ପୂର୍ବରୁ ସମୁଦ୍ରର ଦୃଶ୍ୟ ଦେଖାଇଲେ । ସେପଟେ ଅନୁପମଙ୍କ ଟ୍ବିଟ ମଧ୍ୟ ସାମ୍ନାକୁ ଆସିଛି ।
ଯେଉଁଥିରେ ସମୁଦ୍ରର ବୃଦ୍ଧି ଏବଂ ପ୍ରବଳ ପବନ ବହୁଥିବାର ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି । ସେହିପରି ସେ ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ଏକ କପ ଚା', କିଛି ବର୍ଷା ଏବଂ ଝଡ ଆସିବାକୁ ଅପେକ୍ଷା କରନ୍ତୁ । ଯାହା ଆମ ଉପରେ ତରଙ୍ଗ ଛାଡିଯିବ । ଆଶା କରୁଛି ଏହା ଅତ୍ୟନ୍ତ ବନ୍ଧୁତ୍ବପୂର୍ଣ୍ଣ ହେବନାହିଁ । କେବଳ ଆମକୁ ଆଲିଙ୍ଗନ କରି ଚାଲିଯିବ ।’
ଟ୍ବିଙ୍କଲଙ୍କ ବ୍ୟତୀତ ଲୋକପ୍ରିୟ ଅଭିନେତା ଅନୁପମ ଖେର ମଧ୍ୟ ଏକ ଟ୍ବିଟ କରି ନିଜ ମନ କଥା କହିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ସାଇକ୍ଲୋନ ନିସର୍ଗ ସହ ସମ୍ପୃକ୍ତ ଅନେକ ହ୍ବାଟ୍ସଆପ ମେସେଜ ଆସିବା ଆରମ୍ଭ ହୋଇଗଲାଣି । ଘର ଝରକା, କବାଟ ବନ୍ଦ କରିଦିଅ । ସେମିତି ମସ୍ତିଷ୍କ ଖରାପ ଅଛି । 2020 କଣ ଚାହୁଁଛି । ଆମ ଧୈର୍ଯ୍ୟର ପରୀକ୍ଷା । ତେବେ ଶୁଣ ବନ୍ଧୁ । ବକ୍ତ ଆନେ ପେ ବତା ଦେଙ୍ଗେ ତୁଝେ ଐ ଆସମାଂ, ହମ ଅଭି ସେ କ୍ୟା ବତାଏଂ କ୍ୟା ହମାରେ ଦିଲ ମେଁ ହେ?’