ମୁମ୍ବାଇ: ‘ଧମଡ’ ଫେମ ଈଶାନ ଖଟ୍ଟର ଓ ତବ୍ବୁ ଷ୍ଟାରର ଟିଭି ସିରିଜ ‘ଏ ସୁଟେବଲ ବୟ’ ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଚାଲିଛି। ଏହି ସିରିଜ ବିକ୍ରମ ସେଠଙ୍କ ଫେମସ ବହି ‘ଏ ସୁଟେବଲ ବୟ’ର କାହାଣୀକୁ ପର୍ଯ୍ୟବେଶିତ କରାଯାଇଛି । ସେହିପରି ଲୋକପ୍ରିୟ ନିର୍ଦ୍ଦେଶିକା ମୀରା ନାୟରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ସିରିଜର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ରିଲିଜ ହେବା ମାତ୍ରେ ଛାଇଯାଇଛି ।
ତବ୍ବୁଙ୍କ ସହ ଈଶାନଙ୍କ କିସିଂ ସିନ, ଭାଇରାଲ ଭିଡିଓ - ତବ୍ବୁଙ୍କ ସହ ଈଶାନଙ୍କ କିସିଂ ସିନ, ଭାଇରାଲ ଭିଡିଓ
ସୋସିଆଲ ମିଡିଆରେ ଛାଇଲା ‘ଏ ସୁଟେବଲ ବୟର ଟ୍ରେଲର ଯାଦୁ’ । ଦେଖିବାକୁ ମିଳିଲା ତବ୍ବୁ ଓ ଈଶାନଙ୍କ ଦମଦାର କେମେଷ୍ଟ୍ରି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଈଶାନ ଖଟ୍ଟର
1951ର ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ ଏହି ସିରିଜରେ ‘ଏ ସୁଟେବଲ ବୟ’ 6ଟି ଅଂଶର କାହାଣୀ । ଯେଉଁଥିରେ ଲତା ମେହରାଙ୍କଠୁ ନେଇ ମାନ କପୁରଙ୍କ ପରିବାର ବିଷୟରେ ଉପସ୍ଥାପନା କରାଯାଇଛି। ସିରିଜରେ ଲତାଙ୍କ ମା' ରୂପା ମେହରା ଝିଅ ପାଇଁ ଏକ ସୁଟେବଲ ପୁଅ ଖୋଜୁଛନ୍ତି ବିବାହ କରିବାକୁ । ହେଲେ ଲତା ନିଜ କଲେଜର ସାଙ୍ଗ କବୀରଙ୍କୁ ନିଜ ହୃଦୟ ଦେଇ ବସୁଛନ୍ତି । ଏପରି କାହାଣୀକୁ ନେଇ ଆଧାରିତ ଏହି ସିରିଜ ।
ଟ୍ରେଲରରେ ଈଶାନ ଓ ତବ୍ବୁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣିଛି । ବର୍ତ୍ତମାନ ଟ୍ରେଲରରେ ସବୁଠୁ ଅଧିକ ଦୁଇଜଣଙ୍କ କିସିଂ ସିନକୁ ନେଇ ଚର୍ଚ୍ଚା । ଦେଖନ୍ତୁ ଟ୍ରେଲର...