ଓଡିଶା

odisha

By

Published : Jul 29, 2020, 10:02 PM IST

ETV Bharat / sitara

ବିବେକଙ୍କ ଆଗାମୀ ଫିଲ୍ମରେ ଶ୍ବେତାଙ୍କ ଲାଡଲୀ

ବଲିଉଡରେ ଖୁବଶୀଘ୍ର ଦର୍ଶକ ଦେଖିବେ ନୂଆ ଚେହେରା । ବିବେକଙ୍କ ପ୍ରଯୋଜିତ ଫିଲ୍ମରେ ଡେବ୍ୟୁ କରିବେ ଶ୍ବେତାଙ୍କ ଝିଅ ପଲକ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚା ଜୋର ଧରିଥିଲା ଯେ ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଲାଡଲୀ ପଲକ ବଲିଉଡରେ ଡେବ୍ୟୁ କରିବେ । ଫିଲ୍ମ ବ୍ୟତୀତ ଫେମସ ନିର୍ମାତା ଏକତା କପୁରଙ୍କ ଶୋରେ ବି ତାଙ୍କ ଡେବ୍ୟୁକୁ ନେଇ ଖବର ସାମ୍ନାକୁ ଆସିଥିଲା । ଇତିମଧ୍ୟରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । ବର୍ତ୍ତମାନ ଖୁଲାସା ହୋଇଯାଇଛି ପଲକଙ୍କୁ ଫିଲ୍ମରେ ଲଞ୍ଚ କରାଇବାକୁ ଯାଉଛନ୍ତି ଫେମସ ଅଭିନେତା ବିବେକ ଓବରାୟ ।

ଏହି ଅବସରରେ ବିବେକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଏ ହେଉଛନ୍ତି ଆମର ମିଷ୍ଟ୍ରି ଗାର୍ଲ । ପଲକଙ୍କୁ ଆମ ଫିଲ୍ମରେ ରୋଜି ରୋଲରେ କାଷ୍ଟ କରି ଖୁସି ଅନୁଭବ ହେଉଛି । ଆମର ହରର ଥ୍ରୀଲର ଫ୍ରାଞ୍ଚାଇଜ ଗୁରୁଗ୍ରାମର ବାସ୍ତବ କାହାଣୀ ଉପରେ ଆଧାରିତ ଫିଲ୍ମ।’

ଯାହାକୁ ବିଶାଲ ମିଶ୍ରା ନିର୍ଦ୍ଦେଶିତ କରିଛନ୍ତି । ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ବିବେକ । ଫିଲ୍ମର ଟାଇଟଲ ‘ରୋଜି’ ଆଉ ପଲକଙ୍କ ଭୂମିକାର ନାମ ମଧ୍ୟ ରୋଜି ରଖାଯାଇଛି ।

ବିବେକଙ୍କ ବ୍ୟତୀତ ପଲକଙ୍କ ଇନଷ୍ଟାଗ୍ରାମରେ ନିଜର ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଫିଲ୍ମରେ ମୋ ଡେବ୍ୟୁ ଖବର ଆପଣଙ୍କ ସହ ସେୟାର କରିବାକୁ ନେଇ ମୁଁ ଏକ୍ସସାଇଟେଡ । ରୋଜି ସହ ଏହା ମୋର ପ୍ରଥମ ପୋଷ୍ଟର।’

ABOUT THE AUTHOR

...view details