ଓଡିଶା

odisha

ETV Bharat / sitara

ବିଗବସ ହାଉସରେ ଫେଭରେଟିଜ୍ମ, ସ୍ବର ଉଠାଇଲେ ରୁବୀନା

ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁବୀନା । ଟିଆରପି ପାଇଁ ‘ବିଗବସ’ ହାଉସରେ ଚାଲିଛି ଫେଭରେଟିଜ୍ମ ଖେଳ କହିଲେ ସେ । ଅଧିକ ପଢନ୍ତୁ...

By

Published : Oct 30, 2020, 5:23 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୁବୀନା ଦୈଲିକ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୁବୀନା ଦୈଲିକ

ମୁମ୍ବାଇ: କିଛି ଦିନ ପୂର୍ବେ ଆରମ୍ଭ ହୋଇଥିବା ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗବସ 14’କୁ ନେଇ ଚର୍ଚ୍ଚା । କାରଣ ଧିରେ ଧିରେ ଆରମ୍ଭ ହେବାରେ ଲାଗିଛି ପ୍ରତିଯୋଗୀଙ୍କ ମଧ୍ୟରେ ବିବାଦ । ନିକଟରେ ଗାୟକ ଜାନ କୁମାର ସାନୁ ମରାଠୀ ସମ୍ବନ୍ଧୀୟ ମନ୍ତବ୍ୟ ଦେଇ ସମସ୍ୟା ଘେରରେ ଆସିଥିଲେ । ଆଉ ଏବେ ‘ବିଗବସ’କୁ ନେଇ ଫେଭରେଟିଜ୍ମ କଥା ଉଠୁଛି ।

ଆଜ୍ଞା ହଁ, ଏଥର ‘ବିଗବସ 14’ରେ ଭାଗ ନେଇଥିବା ପ୍ରତିଯୋଗୀ ରୁବୀନା ଦିଲୈକ ଫେଭରେଟିଜ୍ମ ଅଭିଯୋଗ ଆଣିଛନ୍ତି । ଗତ ଏପିସୋଡରେ ମଧ୍ୟ ସଲମାନ ଓ ବିଗବସ ବିରୋଧରେ ବୟାନବାଜି କରିସାରିଛନ୍ତି ସେ।

ଏବେ ଫେଭରେଟିଜ୍ମ କଥା ଉଠିବାର କାରଣ ହେଲା ଗୁରୁବାର ପ୍ରସାରିତ ହୋଇଥିବା ଏପିସୋଡରେ ରୁବୀନାଙ୍କ ଟିମ କ୍ୟାପ୍ଟେନ୍ସି ଟାସ୍କ ହାରିଯାଇଥିଲା । ଏଜାଜ ଖାନ ‘ବିଗବସ’ ହାଉସର ନୂଆ କ୍ୟାପ୍ଟେନ ସାଜିଛନ୍ତି । ସେପଟେ ରୁବୀନା ଓ ତାଙ୍କ ଟିମ ଅନୁଯାୟୀ ଏଜାଜଙ୍କୁ ନୁହେଁ ଅଭିନବଙ୍କୁ କ୍ୟାପ୍ଟେନ କରିବା କଥା।

ତାଙ୍କ କହିବାନୁସାରେ, ବିଗବସ ଏଜାଜଙ୍କ ଟିମ ନିୟମ ଉଲ୍ଲଂଘନକୁ ଅଣଦେଖା କରି ଏହି ନିଷ୍ପତ୍ତି ତାଙ୍କ ସପକ୍ଷରେ ଦେଇଛନ୍ତି। ଯେଉଁ ଜିନିଷ ପାଇଁ ଏଜାଜଙ୍କ ଟିମକୁ କେବେ ଅଟକା ଯାଇନଥିଲା ହେଲେ ବିଗବସ ରୁବିନାଙ୍କ ଟିମ ଏବଂ ଅପରେଟର ଦ୍ବାରା କାର୍ଯ୍ୟରେ ବାଧା ପ୍ରାପ୍ତ କରିଥିଲେ । ଏଥିରୁ ଜଣାପଡୁଛି ଯେ ବିଗବସ ହାଉସରେ ମଧ୍ୟ ଫେଭରେଟିଜ୍ମ ଚାଲିଛି।

ABOUT THE AUTHOR

...view details