ମୁମ୍ବାଇ: ଫେମସ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’ ଫେମ ମୋହିନା କୁମାରୀ ସିଂଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ମାସେ ପର୍ଯ୍ୟନ୍ତ କୋରୋନା ସହ ଲଢିବା ପରେ ଏବେ ସେ ବିଜୟ ହାସିଲ କରିଛନ୍ତି । କୋରୋନା ଭାଇରସକୁ ହରାଇବାରେ ସେ ସଫଳ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ରିପୋର୍ଟ ନେଗେଟିଭ ବାହାରିଛି । ଏବେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ।
କୋରୋନାକୁ ହରାଇଲେ ଅଭିନେତ୍ରୀ ମୋହିନା - ଫେମସ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହେ’ ଫେମ ମୋହିନା କୁମାରୀ ସିଂଙ୍କ ନ୍ୟୁଜ
ସୋସିଆଲ ମିଡିଆରେ ଟେଲି ଅଭିନେତ୍ରୀ ମୋହିନା ସେୟାର କଲେ ଖୁସି । ପାଖାପାଖି ଏକ ମାସ ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ଏହି ଖୁସି ଖବର ମୋହିନା ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ନିଜର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ପରିଶେଷରେ ଏକ ମାସ ପରେ ମୋର କୋରୋନା ରିପୋର୍ଟ ନେଗେଟିଭ ବାହାରିଲା । ପୁରା ପରିବାର ଏମ୍ସ ଋଷିକେଶର ସବୁ ଡାକ୍ତର ଓ ହେଲଥ୍ ପ୍ରଫେଶନାଲ୍ସଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ । ଆଜି ଆମେ ଆମ ଦେଶର ଡାକ୍ତର ଓ ହେଲ୍ଥ ପ୍ରଫେଶନାଲ୍ସଙ୍କ କାମକୁ ସେଲିବ୍ରେଟ କରୁଛୁ ।’
ପ୍ରକାଶ ଥାଉକି ମୋହିନାଙ୍କ ସହ ତାଙ୍କ ପରିବାର 7 ଜଣ ସଦସ୍ୟଙ୍କ କୋରୋନା ରିପୋର୍ଟ ପଜେଟିଭ ବାହାରିଥିଲା । ଯାହା ପରେ ସମସ୍ତେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ କିଛି ଦିନ ଚିକିତ୍ସା କରିବା ପରେ ମୋହିନ ପରିବାର ସଦସ୍ୟଙ୍କ ସହ ନିକଟରେ ଘରକୁ ଫେରିଥିଲେ । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ ।