ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । କେତେବେଳେ ସେ ତାଙ୍କର କିଛି ପୋଷ୍ଟ ପାଇଁ ସମାଲୋଚନାକୁ ଆସନ୍ତି ତ ଆଉ କେତେବେଳେ ସେ ନିଜ ପ୍ରତିକ୍ରିୟା ପାଇଁ ଟ୍ରୋଲର୍ସଙ୍କ ଟାର୍ଗେଟରେ ରୁହନ୍ତି। ହେଲେ ଏଥର କଙ୍ଗନା ଆଉ ଜଣେ ଅଭିନେତ୍ରୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଆଜ୍ଞା ହଁ, ଟିଭି ଅଭିନେତ୍ରୀ କିଶ୍ବର ମର୍ଚାଣ୍ଟ ତାଙ୍କୁ ନେଇ ପଚାରିଛନ୍ତି ପ୍ରଶ୍ନ।
କଙ୍ଗନାଙ୍କୁ ଟାର୍ଗେଟ କଲେ କିଶ୍ବର - ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନ୍ୟୁଜ
ଭାଇରାଲ ହେଲା କଙ୍ଗନାଙ୍କ ଏୟାରପୋର୍ଟ ଭିଡିଓ । ଯାହାକୁ ନେଇ ଟ୍ରୋଲ କଲେ କିଶ୍ବର । ଅଧିକ ପଢନ୍ତୁ...
![କଙ୍ଗନାଙ୍କୁ ଟାର୍ଗେଟ କଲେ କିଶ୍ବର ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-10933007-thumbnail-3x2-kangana.jpeg)
ଡିଜାଇନ ଫଟୋ
କଙ୍ଗନାଙ୍କୁ ଟାର୍ଗେଟ କଲେ ଟିଭି ଅଭିନେତ୍ରୀ କିଶ୍ବର
କଥାଟି ହେଲା ଯେ ନିକଟରେ କଙ୍ଗନାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଯାହା ପରଠୁ ସେ ଟ୍ରୋଲିଂର ଶିକାର ହୋଇଆସୁଛନ୍ତି । ଯାହାକୁ ଆଧାର କରି କିଶ୍ବର କହିଛନ୍ତି, ‘କଣ କଙ୍ଗନାଙ୍କ ଉପରେ କୋଭିଡର କଡା ନିୟମ ଲାଗୁ ହେଉନାହିଁ ।’ କାରଣ ଭାଇରାଲ ହେଉଥିବା ଭିଡିଓରେ କଙ୍ଗନା ମାସ୍କ ପିନ୍ଧିନଥିଲେ । ଆଉ ମିଡିଆ କ୍ୟାମେରାକୁ ଦେଖି ଭିନ୍ନ ଭିନ୍ନ ପୋଜ ଦେଇଥିଲେ । ଯାହା କିଶ୍ବରଙ୍କୁ ଆଦୌ ପସନ୍ଦ ଆସିନାହିଁ ।
ସେ କ୍ରୋଧିତ ହୋଇ ପଚାରିଛନ୍ତି, ‘ଏହି ମହିଳା କାହିଁକି ମାସ୍କ ପିନ୍ଧନ୍ତି ନାହିଁ ଏବଂ ବିନା ମାସ୍କରେ ସବୁଆଡେ ବୁଲୁଥିବାର ଦେଖାଯାଆନ୍ତି । ତାଙ୍କ ଉପରେ କଣ ନିୟମ ଲାଗୁ ହେଉନାହିଁ ।’