ମୁମ୍ବାଇ: କିଛି ଦିନରୁ ସୋସିଆଲ ମିଡିଆ ଫୁଡ୍ ସର୍ଭିସ ଆପ୍ ଜୋମାଟୋ ଡେଲିଭରି ବଏଙ୍କ ମାମଲା ଚର୍ଚ୍ଚାରେ । ନିକଟରେ ଜଣେ ମେକଅପ୍ ଆର୍ଟିଷ୍ଟ ଜୋମାଟୋ ଡେଲିଭରି ବଏ କାମରାଜଙ୍କ ଉପରେ ମାଡ ମାରିବା ଅଭିଯୋଗ କରିଥିଲେ । ହେଲେ ଏବେ କାମରାଜଙ୍କ ସପୋର୍ଟରେ ଅନେକ ଲୋକ ସାମ୍ନାକୁ ଆସିଲେଣି । ଧିରେ ଧିରେ ସେଲିବ୍ରିଟି ମଧ୍ୟ ଏହି ଅଭିଯାନରେ ସାମିଲ ହେଲେଣି ।
ପରିଣୀତିଙ୍କ ପରେ ଜୋମାଟୋ ବୟ ସପୋର୍ଟରେ କାମ୍ୟା - ଅଭିନେତ୍ରୀ କାମ୍ୟା ପଞ୍ଜାବୀଙ୍କ ନ୍ୟୁଜ
ଟ୍ବିଟ କରି ଜୋମାଟୋ ବୟଙ୍କ ମାମଲାରେ ମୁହଁ ଖୋଲିରେ କାମ୍ୟା । ଏବେ ସୋସିଆଲ ମିଡିଆରେ କାମରାଜଙ୍କୁ ସପୋର୍ଟ କରିବା ଅଭିଯାନ ଜୋର ଧରିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାମ୍ୟା ପଞ୍ଜାବୀ
ଇତିମଧ୍ୟରେ ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ତାଙ୍କ ସମର୍ଥନରେ ପ୍ରତିକ୍ରିୟା ରଖିଛନ୍ତି । କାମ୍ୟାଙ୍କ ପୂର୍ବରୁ ପରିଣୀତି ଚୋପ୍ରା ମଧ୍ୟ ଜୋମାଟୋ ଇଣ୍ଡିଆକୁ ଏହି ମାମଲାରେ ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ ।
କାମ୍ୟା ଜଣେ ଟ୍ବିଟର ୟୁଜରଙ୍କ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି, ‘ଆଖି ସବୁ ସତ କୁହେ । ମତେ ଲାଗୁଛି ଜୋମାଟୋ ଡେଲିଭରି ବୟ କାମରାଜ ନିର୍ଦ୍ଦୋଷ । ମୁଁ ଆଶା କରୁଛି ଯେ ତାଙ୍କୁ ଜୋମାଟୋ ପକ୍ଷରୁ ନ୍ୟାୟ ମିଳିବ । ଦୟା କରି ତାଙ୍କୁ ବେରୋଜଗାର କରନାହିଁ ।’