ମୁମ୍ବାଇ: କିଛି ଦିନ ହେବ ବି-ଟାଉନର ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କୁ ନେଇ ଦୁଃଖ ନଜର ଆସୁଛନ୍ତି ଫ୍ୟାନ୍ସ । ନିକଟରେ ତାଙ୍କ ଫୁସଫୁସ କ୍ୟାନ୍ସର ଖବର ସାମ୍ନାକୁ ଆସିବା ପରଠୁ ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କ ପାଇଁ ସୁସ୍ଥ କାମନା କରୁଥିବାର ଦେଖାଯାଉଛନ୍ତି । କେବଳ ଫ୍ୟାନ୍ସ ନୁହେଁ କିଛି ସେଲିବ୍ରିଟି ମଧ୍ୟ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି । ଏହି କ୍ରମରେ ଟିଭିର ଫେମସ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ସାମିଲ ଅଛନ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ସଞ୍ଜୟଙ୍କ ପାଇଁ ପ୍ରାର୍ଥନ କରିବା ଆରମ୍ଭ କରିଦେଇଛନ୍ତି ।
ସଞ୍ଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ କାମ୍ୟା, ଜାଳିବେ ଅଖଣ୍ଡ ଦୀପ
ଟ୍ବିଟ କରି ଚର୍ଚ୍ଚାରେ କାମ୍ୟା । ସେ ସଞ୍ଜୟଙ୍କ ସୁସ୍ଥ କାମନା କରି ଅନେକ କଥା ପୋଷ୍ଟରେ ଲେଖିଛନ୍ତି । କାରଣ ଏବେ ସଞ୍ଜୟ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ବପ୍ପାଙ୍କ ପାଖରେ ପ୍ରାର୍ଥନା କରିବି । ଏଥର ଗଣେଶ ସ୍ଥାପନା ବାବାଙ୍କ ପାଇଁ ପ୍ରାର୍ଥନାରେ ଭରା ହେବ । ମୁଁ ବାବାଙ୍କ ପାଇଁ ଅଖଣ୍ଡ ଦୀପ ଜାଳିବି। ପ୍ଲିଜ ଷ୍ଟ୍ରଙ୍ଗ ରୁହନ୍ତୁ ଆଉ ଶୀଘ୍ର ଠିକ୍ ହୋଇଯାଆନ୍ତୁ । ଆପଣ ସେହି ସମୟରୁ ମୋର ଫେଭରେଟ ଯେବେ ମୁଁ ମାତ୍ର 10 ବର୍ଷର ଥିଲି । ଆପଣଙ୍କୁ ମନେ ଅଛି ମୁଁ ମହେବବ୍ବୁ ଷ୍ଟଡିଓରେ ଆପଣଙ୍କ ସହ ସାକ୍ଷାତ କରିଥିଲି । ଆପଣ zippo ଗିଫ୍ଟ କରିଥିଲେ । ମୁଁ ସେହି କ୍ରେଜି ଗାର୍ଲ । କର ହର ମୈଦାନ ଫତେହ । ଗଣପତି ବପ୍ପା ଆପଣଙ୍କୁ ଲଢିବା ପାଇଁ ଶକ୍ତି ଯୋଗାଇବି । ଆଉ ଆପଣ ଏହି ଲଢେଇ ଜିତିକି ଆସିବେ । ଆପଣଙ୍କ ସୁସ୍ଥ ପାଇଁ ପ୍ରାର୍ଥନା।’
ପ୍ରକାଶ ଥାଉକି ଗତ 8 ତାରିଖରେ ସଞ୍ଜୟ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଅନୁଭବ କରିବା ପରେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ କୋରୋନା ଟେଷ୍ଟ ମଧ୍ୟ ହୋଇଥିଲା । ଯାହା ନେଗେଟିଭ ବାହାରିଥିଲା । ହେଲେ ପଛରେ ଜଣାପଡିଲା ତାଙ୍କୁ ତୃତୀୟ ଷ୍ଟେଜ ଫୁସଫୁସ କ୍ୟାନ୍ସର ହୋଇଛି ବୋଲି । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ । ଶୁଣିବାକୁ ମିଳୁଛି ସେ ଖୁବଶୀଘ୍ର ଆମେରିକା ଯିବେ ଚିକିତ୍ସା ପାଇଁ।