ମୁମ୍ବାଇ: ଟେଲି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ । ସେ ଗତ 7 ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କୋରୋନା ସଂକ୍ରମଣ ଯୋଗୁ ଚାଲିଗଲା ତାଙ୍କ ଜୀବନ । ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦିବ୍ୟଙ୍କ ସ୍ବାମୀ ଗଗନ ଗବ୍ବରୁଙ୍କ ଉପରେ ଟିଭି ଅଭିନେତ୍ରୀ ଦେବୋଲୀନ ଭଟ୍ଟାଚାର୍ଯ୍ୟ ଏବଂ ଦିବ୍ୟଙ୍କ ଭାଇ ଦେବ ଗୁରୁତର ଅଭିଯୋଗ ଆଣିଛନ୍ତି । ଉଭୟଙ୍କ ଅନୁଯାୟୀ ଦିବ୍ୟାଙ୍କୁ ଗଗନ ସବୁବେଳେ ମାଡମାରୁଥିଲେ । ଏହି ମାମଲାରେ ବର୍ତ୍ତମାନ ପ୍ରତିକ୍ରିୟା ରଖିଛନ୍ତି ଗଗନ ।
ତାଙ୍କ ଉପରେ ଅଭିଯୋଗ ଲାଗିବା ପରେ ସେ ଦିବ୍ୟାଙ୍କ ସହ ନିଜର ଖୁସିଭରା ଭିଡିଓ ସେୟାର କରି ଚର୍ଚ୍ଚାରେ । ଯାହାକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ଏ ଥିଲେ ମୋ ଦିବ୍ୟା । ଆଉ କିଛି ଲୋକ କହୁଛନ୍ତି ଯେ ମୁଁ ତାଙ୍କୁ ଜୋର ଜବରଦସ୍ତି ବିବାହ କରିଥିଲି । ମାନସିକ ଯନ୍ତ୍ରଣା ଦେଉଥିଲି । ତାଙ୍କୁ ଘରେ ବନ୍ଦ କରି ରଖୁଥିଲି । ଗାଳିଗୁଲଜ ସହ ସବୁବେଳେ ମାଡ ମାରୁଥିଲି । ବିବାହ ପରେ ତାଙ୍କୁ ଚାକରାଣୀ କରିକି ରଖିଥିଲି ।’