ଓଡିଶା

odisha

ETV Bharat / sitara

ପିତାଙ୍କ ନିଧନ ପରେ ଫଟୋ ସେୟାର କରି ହଟହଟା ଦିବ୍ୟା - ଦିବ୍ୟା ଅଗ୍ରୱାଲଙ୍କ ନୂଆ ପୋଷ୍ଟ ଭାଇରାଲ

ଭାଇରାଲ ହେଲା ଦିବ୍ୟା ଅଗ୍ରୱାଲଙ୍କ ସେକ୍ସୀ ଫଟୋ । ଯାହାକୁ ନେଇ ରାଗିଲେ ୟୁଜର୍ସ । ସମସ୍ତଙ୍କୁ ଦେଲେ ସେ ଏମିତି ଜବାବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟା ଅଗ୍ରୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟା ଅଗ୍ରୱାଲ

By

Published : Nov 5, 2020, 1:06 PM IST

ମୁମ୍ବାଇ: କିଛି ଦିନ ପୂର୍ବରୁ ଟିଭିର ପପୁଲାର ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ପିତାଙ୍କ ଦେହାନ୍ତ ହୋଇଥିଲା । ଏହାପରଠୁ ସେ ଦୁଃଖି ଥିବାର ନଜର ଆସୁଥିଲେ । ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ସମବେଦନା ଜଣାଇ ପରିବାର ପାଇଁ ଶାନ୍ତି ପ୍ରାର୍ଥନା କରିଥିଲେ । ହେଲେ ଏବେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲର କରାଯାଉଛି। ତାଙ୍କ କିଛି କଥା ଫ୍ୟାନ୍ସଙ୍କ ମନ ଦୁଃଖ କରିଛି। ଯାହା ଉପରେ ଆପତ୍ତି ପ୍ରକାଶ କରିଛନ୍ତି ସମସ୍ତେ।

କଥାଟି ହେଲା ଯେ ଗୋଟିଏ ସପ୍ତାହ ପୂର୍ବେ ତାଙ୍କ ପିତାଙ୍କ ମୃତ୍ୟୁ କୋରୋନାରେ ସଂକ୍ରମିତ ହେବାରୁ ହୋଇଥିଲା । ହେଲେ ଇତିମଧ୍ୟରେ ଦିବ୍ୟା ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜର ଗ୍ଲାମରସ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତାଙ୍କ ଏହି ଅନ୍ଦାଜ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ । ଯାହାପରେ ତାଙ୍କୁ ଟ୍ରୋଲର କରି ଅପମାନଜନକ ମେସେଜ ମଧ୍ୟ କରିବାରେ ଆରମ୍ଭ କରିଦେଇଛନ୍ତି ସମସ୍ତେ । ସେମାନଙ୍କ ଅନୁଯାୟୀ ନିଜ ପିତାଙ୍କ ମୃତ୍ୟୁର କିଛି ଦିନ ମଧ୍ୟରେ କିପରି ଦିବ୍ୟା ନିଜର ହଟ୍ ଫଟୋ ସେୟାର କରିଛନ୍ତି ।

ସେପଟେ ଦିବ୍ୟା ମଧ୍ୟ କଡା ଜବାବ ଦେଇ କହିଛନ୍ତି, ‘ମୁଁ ଜାଣିଛି କଣ କରିବାର ଆବଶ୍ୟକ ଅଛି । ମୁଁ ଯଦି ମୁଭ ଅନ କରୁଛି ତେବେ ଲଜ୍ୟା କାହିଁକି କରିବି । ପିତାଙ୍କ ଚାଲିଯିବା ମୋ ପାଇଁ ବଡ କ୍ଷତି । ଏସବୁ ଜିନିଷକୁ ମୋ ହ୍ୟାଣ୍ଡଲ କରିବାର ଉପାୟ କିଛି ଭିନ୍ନ। ହେଲେ ଦୁଃଖ ଲାଗୁଛି ଯେ ଲୋକ ଏପରି ପରିସ୍ଥିତରେ ମଧ୍ୟ ଅପମାନ କରିବାକୁ ଭୁଲୁନାହାଁନ୍ତି।’

ABOUT THE AUTHOR

...view details