ମୁମ୍ବାଇ: ଟିଭିର ପପୁଲାର ଅଭିନେତ୍ରୀ ଦିଗଙ୍ଗନା ସୂର୍ଯ୍ୟବଂଶୀକୁ ନେଇ ଚର୍ଚ୍ଚା । ଆସିଛି ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ସେ ବି-ଟାଉନ ଖିଲାଡି ଅକ୍ଷୟଙ୍କ ସହ ପରଦାରେ ନଜର ଆସିଛନ୍ତି । ଯାହାର ଖୁଲାସା ସେ ଏକ ସାକ୍ଷାତକାରରେ କରିଛନ୍ତି ।
ଅକ୍ଷୟଙ୍କ ରାଜକୁମାରୀ ସାଜିଲେ ଟେଲି ଅଭିନେତ୍ରୀ ଦିଗଙ୍ଗନା - ଅକ୍ଷୟ କୁମାରଙ୍କ ସହ ଏକ ବିଜ୍ଞାପନ ସୁଟ କରିଥିଲେ ଦିଗଙ୍ଗନା
ଲକଡାଉନ ପୂର୍ବରୁ ଅକ୍ଷୟ କୁମାରଙ୍କ ସହ ଏକ ବିଜ୍ଞାପନ ସୁଟ କରିଥିଲେ ଦିଗଙ୍ଗନା । ନିକଟରେ ରିଲିଜ ହୋଇଥିଲା ଏହି ବିଜ୍ଞାପନ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଗଙ୍ଗନା ସୂର୍ଯ୍ୟବଂଶୀ
ସାକ୍ଷାତକାରରେ ସେ କହିଥିଲେ ଯେ ଲକଡାଉନର ପ୍ରାୟ ତିନି ମାସ ପୂର୍ବରୁ ଏହି ବିଜ୍ଞାପନ ସୁଟ୍ ଶେଷ ହୋଇଥିଲା । ଯାହର କିଛି ଦିନ ପରେ ଲକଡାଉନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଭଲ କଥା ଥିଲା ଯେ ଆମେ ଏହାର ସୁଟିଂ ପୂର୍ବରୁ ଶେଷ କରିନେଇଥିଲୁ । ଯାହାକୁ ନିକଟରେ ରିଲିଜ କରାଯାଇଛି । ତେଣୁ ସେ ଭାବିଲେ ଫ୍ୟାନ୍ସଙ୍କୁ ଏହି ଖବର ଦେବା ଉଚିତ୍ ।
ପ୍ରକାଶ ଥାଉକି ଏହି ବିଜ୍ଞାପନରେ ଦିଗଙ୍ଗନା ଜଣେ ରାଜକୁମାରୀ ରୂପେ ନଜର ଆସୁଥିବା ବେଳେ ଅକ୍ଷୟ ସାଜିଛନ୍ତି ରାଜକୁମାର । ବିଜ୍ଞାପନଟି ଡଲାର ବ୍ରାଣ୍ଡର । ଯାହା ପୂର୍ବରୁ ମଧ୍ୟ କରିଆସୁଛନ୍ତି ଅକ୍ଷୟ। ଦେଖନ୍ତୁ ଭିଡିଓ...