ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ 7 ବର୍ଷ ରିଲେସନଶିପରେ ଥିବା ଫେମସ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଲଗାତାର ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି । ତାଙ୍କ ମୃତ୍ୟୁ ପରଠୁ ସେ ତାଙ୍କ ସହ ସମ୍ପୃକ୍ତ ଅନେକ ଜିନିଷ ସେୟାର କରୁଥିବାର ନଜର ଆସୁଛନ୍ତି । ଏମିତି କିଛି ଏବେ ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ପୋଷ୍ଟରରେ ଦେଖିବାକୁ ମିଳୁଛି ତାଙ୍କ ହାତରେ ସୁଶାନ୍ତଙ୍କ ସ୍ବର୍ଗୀୟ ମା'ଙ୍କ ଫଟୋ।
ସୁଶାନ୍ତ ମା'ଙ୍କ ଫଟୋ ସେୟାର କଲେ ଅଙ୍କିତା
ପୁଣି ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ଭାବବିହ୍ବଳ ନଜର ଆସିଲେ ଅଙ୍କିତା ଲୋଖଣ୍ଡେ। ଏଥର ସେ ଖାସ୍ ଫଟୋ ସେୟାର କରି ଚର୍ଚ୍ଚାରେ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଇନଷ୍ଟାଗ୍ରାମରେ ଏହି ଫଟୋକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆଶା କରୁଛି ଏବେ ତୁମେ ଦୁଇଜଣ ସାଥିରେ ଥିବ।’ ଏହି ପୋଷ୍ଟ ବର୍ତ୍ତମାନ ସୁଶାନ୍ତଙ୍କ ଫ୍ୟାନ୍ସଙ୍କୁ ପୁଣିଥରେ ଭାବୁକ କରିଦେଇଛି ।
ପ୍ରକାଶ ଥାଉକି ସୁଶାନ୍ତଙ୍କ ମା' ଉଷା ସିଂଙ୍କ ଦେହାନ୍ତ 2002ରେ ହୋଇଥିଲା । ସେହିପରି ସୁଶାନ୍ତ ବଞ୍ଚିଥିବା ବେଳେ ସୋସିଆଲ ମିଡିଆରେ ପ୍ରାୟତଃ ମା'ଙ୍କ ଫଟୋ ସେୟାର କରୁଥିଲେ । ଜୁନ 3ରେ ସେ ମା'ଙ୍କ ସହ ନିଜର ଏକ ଫଟୋ କୋଲାଜ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯାହାର କ୍ୟାପସନ ଇମୋସନାଲଭରା ଥିଲା।