ମୁମ୍ବାଇ: ଦେଶରେ କୋରୋନାର ତାଣ୍ଡବ । ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ସହ ଏହି ମହାମାରୀ ନେଇଲାଣି ଅନେକଙ୍କ ଜୀବନ । ସାଧରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟିି ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହେବାରେ ଲାଗିଛନ୍ତି । ସେପଟେ ସେଲିବ୍ରିଟିଙ୍କ ମୃତ୍ୟୁ ଖବର ମଧ୍ୟ ସମସ୍ତଙ୍କୁ ଚକିତ କରୁଛି । ରବିବାର ଫେମସ ୟୁଟ୍ୟୁବର ରାହୁଲ ବୋହରାଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଥିବା ବେଳେ ଏବେ ଆଉ ଜଣେ ଅଭିନେତାଙ୍କ ଅସୁସ୍ଥ ଖବର ସାମ୍ନାକୁ ଆସିଛି ।
କୋରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତ୍ତି ହେଲେ ଏହି ଟିଭି ଅଭିନେତା
ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆଉ ଜଣେ କଳାକାର । ନିକଟରେ କୋରୋନା ପଜିଟିଭ ବାହାରିଥିଲେ ସୁରଜ । ଅଧିକ ପଢନ୍ତୁ...
ଆଜ୍ଞା ହଁ, କୋରୋନା ଆକ୍ରାନ୍ତ ହୋଇ ଟିଭି ଅଭିନେତା ସୁରଜ ଥାପର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । କୁହାଯାଉଛି ଯେ ମହାରାଷ୍ଟ୍ରରେ ଲକଡାଉନ ଥିବାରୁ ସୁରଜ ତାଙ୍କ ଶୋ ‘ସୌର୍ଯ୍ୟ’ ଏବଂ ‘ଅନୋଖି କି କାହାନୀ’ର ସୁଟିଂ ଗୋଆରେ କରୁଥିଲେ। ସୁଟିଂ ପାଇଁ ସେ ବାରମ୍ବାର ମୁମ୍ବାଇରୁ ଗୋଆ ଯାତ୍ରା କରୁଥିଲେ । ଆଉ ନିକଟରେ ମୁମ୍ବାଇ ଫେରିବା ପରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଶରୀରର ଅକ୍ସିଜେନ ସ୍ତର ମଧ୍ୟ କମିଯାଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ସୂଚନା ତାଙ୍କ ଭଉଣୀ ମିଡିଆରେ ଦେଇଥିଲେ ।