ମୁମ୍ବାଇ: ରୋଡିଜ ଷ୍ଟାର ତଥା ଫେମସ ଡାନ୍ସର ପ୍ରିନ୍ସ ନରୁଲା ଓ ତାଙ୍କ ପତ୍ନୀ ୟୁବିକା ଚୌଧୁରୀ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି । ଏହି ଯୋଡିଙ୍କ ସମସ୍ୟା କମିବାର ନାଁ ନେଉନାହିଁ । କାରଣ ପ୍ରଥମେ କୋରୋନା ସଂକ୍ରମିତ ହୋଇଥିଲେ । ଆଉ ଏବେ ଡେଙ୍ଗୁରେ ଆକ୍ରାନ୍ତ । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଫ୍ୟାନ୍ସ ନିରାଶ ହୋଇପଡିଛନ୍ତି ।
ପ୍ରଥମେ କୋରୋନା ଆଉ ଏବେ ଡେଙ୍ଗୁ ଆକ୍ରାନ୍ତ ପ୍ରିନ୍ସ-ୟୁବିକା - ଡେଙ୍ଗୁ ଆକ୍ରାନ୍ତ ଅଭିନେତ୍ରୀ ୟୁବିକା ଚୌଧୁରୀ
ଟିଭିର ଫେମସ ଯୋଡି ପ୍ରିନ୍ସ ଓ ୟୁବିକାଙ୍କୁ ନେଇ ନୈରାଶ୍ୟଜନକ ଖବର । ହସ୍ପିଟାଲରେ ଦୁହେଁ ଭର୍ତ୍ତି । ଅଧିକ ପଢନ୍ତୁ...
![ପ୍ରଥମେ କୋରୋନା ଆଉ ଏବେ ଡେଙ୍ଗୁ ଆକ୍ରାନ୍ତ ପ୍ରିନ୍ସ-ୟୁବିକା ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିନ୍ସ ନରୁଲା](https://etvbharatimages.akamaized.net/etvbharat/prod-images/768-512-9255382-thumbnail-3x2-prince.jpeg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିନ୍ସ ନରୁଲା
ଆଜ୍ଞା ହଁ, ଡେଙ୍ଗୁ ହେବା ପରେ ପ୍ରିନ୍ସ ଓ ୟୁବିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ କିଛି ଫଟୋ ପ୍ରିନ୍ସ ଇନଷ୍ଟାଗ୍ରାମରେ ସେୟାର କରି ଡେଙ୍ଗୁ ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ ।
ସେପଟେ ୟୁବିକା ମଧ୍ୟ ସୋସିଆଲ ମିଡିଆରେ ଅସୁସ୍ଥ ହେବା କଥା ସମସ୍ତଙ୍କୁ ଜଣାଇଛନ୍ତି । ଏକ ପୋଷ୍ଟରେ ଲେଖିଛନ୍ତି, ‘ଗତ ମାସରେ ଆମେ ଦୁହେଁ କୋରୋନା ପଜିଟିଭ ବାହାରିଥିଲୁ । ଯାହାଦ୍ବାରା ଆମର ଇମ୍ୟୁନିଟି ଲେବଲ କମିଯାଇଥିଲା । ଏହି ଦୁର୍ବଳତା ପାଇଁ ଆମେ ଡେଙ୍ଗୁ ଆକ୍ରାନ୍ତ ହୋଇଛୁ । ମୁଁ ପ୍ରାର୍ଥନା କରୁଛି ଏମିତି କାହା ସହ ନହେଉ ।’