ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସୁତାରିୟାଙ୍କ ଚର୍ଚ୍ଚିତ ଫିଲ୍ମ ‘ମରଜାୱାଂ’ର ଶାନଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ପ୍ରେମଭରା ଗୀତ ‘ତୁମ ହି ଆନା’ । ଟି-ସିରିଜ ଦ୍ବାରା ରିଲିଜ ହୋଇଥିବା ଏହି ଗୀତ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି ।
ରିଲିଜ ହେଲା ‘ମରଜାୱାଂ’ ପ୍ରଥମ ଗୀତ, ଦର୍ଶକ କହିଲ ବେଷ୍ଟ - ଏକ ଭିଲେନ’ ଫିଲ୍ମ
ନଭେମ୍ବର 22ରେ ରିଲିଜ ହେବ ସିଦ୍ଧାର୍ଥ ଓ ନବାଗତ ଅଭିନେତ୍ରୀ ତାରା ସୁତାରିୟାଙ୍କ ରୋମାଣ୍ଟିକ ଫିଲ୍ମ ‘ମରଜାୱାଂ’ । ଆଉ ଏବେ ଦର୍ଶକଙ୍କ ମନ କିଣୁଛି ଫିଲ୍ମର ପ୍ରଥମଗୀତ ‘ତୁମ ହି ଆନା’ ।
ରୋମାଣ୍ଟିକ ଗୀତ ହୋଇଥିବାରୁ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି ଗୀତଟି । କିଛି ଦର୍ଶକ ଏହାକୁ ଏବର୍ଷର ସୁପରଡୁପର ହିଟ୍ ଗୀତ ସହ ମଧ୍ୟ ତୁଳନା କରିବାରେ ଲାଗିଛନ୍ତି । ‘ତୁମ ହି ଆନା’ ଗୀତକୁ କମ୍ପୋଜ ପାୟଲ ଦେବ କରିଥିବା ବେଳେ ନୌଟିୟାଲ ଗାଇଛନ୍ତି। ସେହିପରି ଗୀତର ଲିରିକ୍ସ ଲେଖିଛନ୍ତି ଆଦିତ୍ୟ ଦେବ ।
ପ୍ରକାଶ ଥାଉକି ‘ଏକ ଭିଲେନ’ ଫିଲ୍ମ ପରେ ଦର୍ଶକ ପୁଣିଥରେ ‘ମରଜାୱାଂ’ରେ ସିଦ୍ଧାର୍ଥ ଓ ରିତେଶଙ୍କ ଦମଦାର ଫାଇଟ ଦେଖିବେ । କିନ୍ତୁ ଏଥର ରିତେଶ ନୂଆ ଅବତାର ତଥା ବାମନ ଲୁକରେ ନଜର ଆସିବେ । ଯିଏ ମାତ୍ର 3 ଫୁଟର ଆଉ ପ୍ରେମରେ ପାଗଳ ସିଦ୍ଧାର୍ଥଙ୍କ ହତ୍ୟା କରିବାକୁ ଲାଗିଥିବେ । ନେଭେମ୍ବର 22ରେ ରିଲିଜ ହେବାକୁ ଯାଉଛି ଏହି ରୋମାଣ୍ଟିକ ଫିଲ୍ମ ।