ମୁମ୍ବାଇ: ଖଳନାୟିକା ରିୟାଙ୍କ ପାଇଁ ଘନଉଛି ବିପଦ। ଦିନକୁ ଦିନ ଆହୁରି ବୁଢିଆଣୀ ଜାଲର ସୂତା ଖିଅ ଭିତରକୁ ଟାଣି ହୋଇ ଯାଉଛନ୍ତି ଏହି ଅଭିନେତ୍ରୀ ଜଣକ। ତେବେ ଭାଇ ସୌଭିକ୍ ଗିରଫ ହେବା ପରେ ରିୟାଙ୍କ ଅଡୁଆ ଟିକେ ଅଧିକ ବଢିଯାଇଛି। କାରଣ ଏନସିବି ଆଗରେ ସୌଭିକ୍ ସ୍ବୀକାର କରିଛି ଯେ ସାମୁଏଲ ମିରାଣ୍ଡାଙ୍କ ଜରିଆରେ ତାଙ୍କ ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ପାଇଁ ସେ ଡ୍ରଗ୍ସ କିଣୁଥିଲେ।
ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କୁ ଦିଆଯାଉଥିଲା ଡ୍ରଗ୍ସ ,ସ୍ବୀକାର କଲେ ସୌଭିକ୍ - ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଆଣୁଥିଲେ ରିୟା
ଭଉଣୀର କାରନାମାକୁ ଏନସିବି ଆଗରେ ପ୍ରକାଶ କଲା ସୌଭିକ୍ ଚକ୍ରବର୍ତ୍ତୀ। ସେ ସ୍ବୀକାର କରିଛି ଯେ ସାମୁଏଲ ମିରାଣ୍ଡାଙ୍କ ଜରିଆରେ ତାଙ୍କ ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ପାଇଁ ସେ ଡ୍ରଗ୍ସ କିଣୁଥିଲେ। ତେବେ ସୌଭିକଙ୍କ ଏହି ବୟାନ ରିୟାଙ୍କ ପାଇଁ ବିପଦକୁ ଟାଣି ଆଣିବା ସହ ଗିରଫ ସମ୍ଭାବନାକୁ ବୃଦ୍ଧି କରିଛି।
![ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କୁ ଦିଆଯାଉଥିଲା ଡ୍ରଗ୍ସ ,ସ୍ବୀକାର କଲେ ସୌଭିକ୍ ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କୁ ଦିଆଯାଉଥିଲା ଡ୍ରଗ୍ସ , ସ୍ବୀକାର କଲେ ସୌଭିକ୍](https://etvbharatimages.akamaized.net/etvbharat/prod-images/768-512-8685391-22-8685391-1599277999293.jpg)
ଏହି ଘଟଣା ସାମ୍ନାକୁ ଆସିବା ପରେ ଏନସିବି ରିୟାଙ୍କୁ ଶନିବାର ପଚରାଉଚରା ପାଇଁ ଡକାଇଥିବା ସୂତ୍ରରୁ ପ୍ରକାଶ। ଖବର ଅଛି ଯେ ସୌଭିକ୍ ଏବଂ ସାମୁଏଲ୍ ଗିରଫ ହେବା ପରେ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ ଅପବ୍ୟବହାର ଘଟଣାରେ ଏନସିବି ଆଗାମୀ ଦିନରେ ରିୟାଙ୍କୁ ଗିରଫ କରିବାର ସମ୍ଭାବନା ବଢିଯାଇଛି। ଶୁକ୍ରବାର ରାତିରେ ଏନସିବି ସୁଶାନ୍ତଙ୍କ କର୍ମଚାରୀ ଦୀପେଶ ସାୱନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ଡାକିଥିଲେ।
ସେପ୍ଟେମ୍ବର 4 ତାରିଖ ସକାଳେ ମହାରାଷ୍ଟ୍ର ପୋଲିସ ଅଧିକାରୀଙ୍କ ସହ ଏନସିବିର ଏକ ଟିମ୍ ରିୟାଙ୍କ ବାସଭବନ ଏବଂ ମିରାଣ୍ଡାଙ୍କ ଘରେ ଚଢାଉ କରିଥିଲେ। ମହିଳା ଅଧିକାରୀଙ୍କ ସମେତ ସର୍ଚ୍ଚ ଟିମ୍ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗର ପ୍ରମାଣ ସଂଗ୍ରହ କରିବା ପାଇଁ ସୌଭିକଙ୍କ ଘରୁ ଲାପଟପ୍ ଏବଂ କିଛି କାଗଜପତ୍ର ଜବତ କରିଥିଲା। ଏହାପରେ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟରେ ହାଜର କରାଯିବ।ଏନସିବି କୋର୍ଟକୁ ମଧ୍ୟ କହିଛି ଯେ ସୌଭିକ ଡ୍ରଗ୍ସ ବିକ୍ରେତା ଅବଦୁଲ ବାସିତ ପ୍ୟାରୀହରଙ୍କଠାରୁ ଗଞ୍ଜେଇ ଅର୍ଡର କରୁଥିଲେ ଏବଂ ଗୁଗୁଲ ପେ ମାଧ୍ୟମରେ ତାଙ୍କୁ ଦେୟ ପ୍ରଦାନ କରିଥିଲେ।