ଓଡିଶା

odisha

ETV Bharat / sitara

ଉଦିତ@64, ରୋମାଣ୍ଟିକରୁ ସ୍ୟାଡ ସବୁଠି ବେଷ୍ଟ - 64ବର୍ଷରେ ଉଦିତ ନାରାୟଣ

64 ବର୍ଷରେ ବଲିଉଡର ଫେମ ସିଙ୍ଗର ଉଦିତ ନାରାୟଣ । 90 ଦଶକରେ ଦେଇଛନ୍ତି ବହୁ ହିଟ ଗୀତ ।

Happy birth day Udit Narayan
ଉଦିତ@64, ରୋମାଣ୍ଟିକରୁ ସ୍ୟାଡ ସବୁଠି ବେଷ୍ଟ

By

Published : Dec 1, 2019, 12:55 PM IST

ମୁମ୍ବାଇ: ଆପଣ 90 ଦଶକର କି, ଯଦି ହଁ ତେବେ ଆପଣଙ୍କ ପ୍ରିୟ ଗାୟକ ନିଶ୍ଚିତ ଉଦିତ ନାରାୟଣ ହୋଇଥିବେ । ଆଜି ସେହି ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଜନ୍ମଦିନ (64) । 90 ଦଶକର ପ୍ରତିଟି ହିଟ୍‌ ଗୀତ ତାଙ୍କର ଅବଦାନ । ଆମିର ଖାନ ଠାରୁ ଶାହାରୁଖ ଓ ସଲମାନ, ସମସ୍ତଙ୍କ ପାଇଁ ରାଜ କରେ ତାଙ୍କ କଣ୍ଠ । ରୋମାଣ୍ଟିକ ହେଉ ଅବା ମେଲୋଡିୟସ, ଆଜି ବି ତାଙ୍କ ଗୀତର ଯାଦୁ ଦେଖିବାକୁ ମିଳେ ।

ଏକ ନେପାଳୀ ପରିବାରରେ ଜନ୍ମ ହୋଇଥିବା ଉଦିତ ବଢିଥିଲେ ବିହାରରେ । ଆଉ ଏଥିପାଇଁ ବୋଧେ ହିନ୍ଦୀ ଗୀତ ପ୍ରତି ତାଙ୍କର ଥିଲା ଅହେତୁକ ରୁଚି । କିନ୍ତୁ ସେ ନେପାଳରେ ସଙ୍ଗୀତର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ତେବେ ତାଙ୍କର ଡେବ୍ୟୁ କୌଣସି ହିନ୍ଦୀ ଚଳଚ୍ଚିତ୍ରରେ ନୁହେଁ ନେପାଳୀ ଫିଲ୍ମ 'ସିନ୍ଦୂର'ରୁ ଆରମ୍ଭ ହୋଇଥିଲା । ହେଲେ ଏଥିରେ ତାଙ୍କୁ ବିଶେଷ ସଫଳତା ମିଳିନଥିଲା । ଏହାପରେ 1978ରେ ସେ ଚାଲି ଆସନ୍ତି ମୁମ୍ବାଇ । ଆଉ ଏଇଠୁ ଆରମ୍ଭ ହୁଏ ତାଙ୍କ ସଫଳତାର କାହାଣୀ ।

'ଉନ୍ନିଶ-ବିଶ'ରେ ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ତାଙ୍କୁ ବ୍ରେକ ମିଳେ । କିନ୍ତୁ ଏଠି ବି ସେହି ସମାନ ପରିସ୍ଥିତି । କାମ ମିଳିଗଲା ହେଲେ ମିଳିଲାନି ପରିଚୟ । କିନ୍ତୁ ସଂର୍ଘଷର ରଥ ଏଠି ଅଟକି ଯାଇନଥିଲା । ବରଂ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହିଁ ବସିଥିଲା ସେହି ସଂର୍ଘଷ ଭରା ସମୟ ।

ସେହି ଗୋଟିଏ ଗୀତ...ପାପା କେହତେ ହୈ, ବଡା ନାମ କରେଗା । ସୁପରଷ୍ଟାର ଆମିର ଖାନଙ୍କ ଏହି ଡେବ୍ୟୁ ଫିଲ୍ମର ଏହି ଗୀତ ତାଙ୍କୁ ପହଞ୍ଚାଇଥିଲା ତାଙ୍କ ଲକ୍ଷ୍ୟସ୍ଥଳରେ । ଯାହା ପରେ ସେ ବନି ଯାଇଥିଲେ ଷ୍ଟାର । ଆଉ ଏହାପରେ ସେ କେବେ ବି ପଛକୁ ଫେରି ଚାହିଁନାହାନ୍ତି ।

ଗୋଟିଏ ପରେ ଗୋଟିଏ ହିଟ ଗୀତ ଦେଇ ଶ୍ରୋତାଙ୍କ ମନ ଜିଣିପାରିଥିଲେ ମେଗା ଷ୍ଟାର ଉଦିତ । ହାତେଇ ଚାଲିଥିଲେ ସମ୍ମାନ ପରେ ସମ୍ମାନ । 2009ରେ ପଦ୍ମଶ୍ରୀ, 3ଥର ଜାତୀୟ ପୁରସ୍କାର ସହ 5 ଥର ଫିଲ୍ମ ଫେୟାର ଆୱାର୍ଡ ତାଙ୍କର ନାଁରେ ରହିଛି । କେବଳ ସେ ହିନ୍ଦୀ ନୁହେଁ ପାଖାପାଖି 30ଟି ଭାଷାରେ ବର୍ତ୍ତମାନ ସୁଦ୍ଧା ସେ ଗାଇସାରିଲେଣି 15 ହଜାରଟି ଗୀତ । ସେଥିରେ ଓଡିଆ ଗୀତ ବି ସାମିଲ ଯାହାକୁ ଓଡ଼ିଆ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି ।

ABOUT THE AUTHOR

...view details