ମୁମ୍ବାଇ: ସୋସିଆଲ ମିଡ଼ିଆରୁ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି ବଲିଉଡ଼ ଷ୍ଟାର ଅର୍ଜୁନ କପୁର । ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି । 'Time to disappear' ବା ସମୟ ଆସିଛି ଅଦୃଶ୍ୟ ବା ଅନ୍ତର୍ଦ୍ଧାନ ହୋଇଯିବାର ବୋଲି ସେ ନିଜ ଷ୍ଟୋରୀରେ ଲେଖି ସୋମବାର ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ସେ ସାମାଜିକ ଗଣମାଧ୍ୟମରୁ କିଛି ସମୟ ପାଇଁ ବିରତି ନେଇ ନିଜ ଆଗାମୀ ଫିଲ୍ମ 'Ek Villain Returns'ର ସୁଟିଂରେ ସମସ୍ତ ଧ୍ୟାନ ଦେବାକୁ ଚାହୁଁଛନ୍ତି । ସେ ବର୍ତ୍ତମାନ ଏହି ଫିଲ୍ମର କିଛି ଗୁରୁତ୍ବପୂର୍ଣ୍ଣ ପାର୍ଟର ସୁଟିଂ କରୁଛନ୍ତି । ଏହି ସୁଟିଂରେ ସେ ସମସ୍ତ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଏଣୁ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିବେ ନାହିଁ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।