ମୁମ୍ବାଇ: ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ବଲିଉଡର ଅଭିନେତ୍ରୀ ନହୋଇ ମଧ୍ୟ ତାଙ୍କ ଫ୍ୟାନ୍ସ ଫଲୋଇଂ କୌଣସି ସେଲିବ୍ରିଟିଙ୍କ ଠୁ କମ୍ ନୁହେଁ । ସୋସିଆଲ ମିଡିଆରେ ଆକାଶ ଛୁଆଁ ଫଲୋଅର୍ସ ତାଙ୍କର । ଆଉ ତାଙ୍କ ମଧ୍ୟ ଜଣା କିପରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରାଯାଏ ।
ସେ ପ୍ରାୟତଃ ନିଜର ୱାର୍କଆଉଟ ଭିଡିଓ, ଟୋନ୍ଡ ଫିଗର ଫଟୋ ସେୟାର କରି ସମସ୍ତଙ୍କୁ ଖୁସ୍ କରିଦିଅନ୍ତି । ଏଥର ମଧ୍ୟ ତାଙ୍କ ବୋଲ୍ଡ ଫଟୋ ଚହଳ ସୃଷ୍ଟି କରିଛି । ଯାହା ଉପରେ ଟାଇଗରଙ୍କ କଥିତ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ଦିଶା ପଟାନୀ ମଦାଜାର କମେଣ୍ଟ କରିଛନ୍ତି ।