ମୁମ୍ବାଇ: ଆକ୍ସନ ଅଭିନେତା ଟାଇଗର ଶ୍ରଫ ଶନିବାର ମୁମ୍ବାଇରେ ହୋଇଥିବା ଲଗାଣ ବର୍ଷା ପାଇଁ ରାସ୍ତାରେ ଫସିଯାଇଥିଲେ । ଯାହା ପାଇଁ ତାଙ୍କୁ ପରେ ଘରକୁ ଫେରିବାକୁ ପଡିଥିଲା । ଏହି କଥାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଇନଷ୍ଟାଗ୍ରାମରେ ନିଜର ଗୋଟିଏ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ମତେ ଲାଗୁଛି ଯେ ଆଜି କେବଳ ଘରେ ପହଁରୀବାକୁ ହେବ ।’’
ମୁମ୍ବାଇରେ ଗତ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଆଉ ଶନିବାର ମଧ୍ୟ ବର୍ଷା ଲାଗି ରହିଥିଲା । ଲଗାଣ ବର୍ଷା ଯୋଗୁ ମୁମ୍ବାଇର ରାସ୍ତାଘାଟରେ ପାଣି ଭର୍ତ୍ତି ହୋଇଯାଇଛି । ଯାହାକୁ ନେଇ ଅସୁବିଧାନର ସମ୍ମୁଖୀନ ହୋଇଚନ୍ତି ସାଧରଣ ଜନତାଙ୍କ ଠାରୁ ବଲିଉଡ ସେଲିବ୍ରିଟି ।