ଓଡିଶା

odisha

ETV Bharat / sitara

ଡାନ୍ସ କରି ମାଇକେଲ ଜ୍ୟାକ୍ସନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟାଇଗର

ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଜ୍ୟାକସନଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀରେ ମୁନ୍ନା ମାଇକେଲ୍ ଟ୍ରାକରେ 'ଫିଲ୍ ଦ ରିଦିମ୍' ଏବଂ 'ବେପରୱା' ଭଳି ଗୀତରେ ନାଚୁଥିବାର ଦେଖାଯାଇଛନ୍ତି । ଅଧିକ ପଢନ୍ତୁ..

By

Published : Jun 26, 2020, 5:48 PM IST

Tiger Shroff pays tribute to Michael Jackson with Munna Micheal tracks
ଡାନ୍ସ କରି ମାଇକେଲ ଜ୍ୟାକ୍ସନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟାଇଗର

ମୁମ୍ବାଇ: ବଲିଉଡର ଆକ୍ସନ୍ ଷ୍ଟାର ଟାଇଗର ଶ୍ରଫ୍ ମାଇକେଲ ଜ୍ୟାକସନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହେଲେ ଟିକେ ଭିନ୍ନ ଅନ୍ଦାଜରେ ।

ଜ୍ୟାକସନଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀରେ ଟାଇଗର ତାଙ୍କ ମୁନ୍ନା ମାଇକେଲ୍ ଟ୍ରାକରେ 'ଫିଲ୍ ଦ ରିଦିମ୍' ଏବଂ 'ବେପରୱା' ଭଳି ଗୀତରେ ଏକ ଡ୍ୟାନ୍ସ କ୍ଲିପ୍ ସେୟାର କରିଛନ୍ତି । ଯେଉଁଥିରେ ଟାଇଗର ଜ୍ୟାକସନଙ୍କ କିଛି ଆଇକନ୍ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି ।

ଟାଇଗର ଲେଖିଛନ୍ତି, ଏତେ ଧୁଆଁ ସହ ମୋ ସାମନାରେ ଥିବା କୌଣସି ଜିନିଷକୁ ମୁଁ ଦେଖିପାରେନି, କେଜାଣି କେମିତି ତୁମେ ସେ ଡାନ୍ସ ସବୁ ଏତେ ଆରାମରେ କରିଦେଇଥିଲ। ଆମମାନଙ୍କ ପାଇଁ ଉଦାହରଣ ଛାଡିଥିବାରୁ ତୁମକୁ ବହୁତ ଧନ୍ୟବାଦ ।# 1959-2009 #ripking @michaeljackson ।

ପ୍ରକାଶ ଥାଉ କି, ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ବାଗୀ-3 ରେ ଟାଇଗରଙ୍କୁ ଶେଷ ଥର ପାଇଁ ପରଦାରେ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details