ଓଡିଶା

odisha

ETV Bharat / sitara

6 ବର୍ଷରେ ‘ହିରୋପନ୍ତି’, ଡେବ୍ୟୁ କରିଥିଲେ ଟାଇଗର-କ୍ରିତି

ଆଜିର ଦିନରେ ରିଲିଜ ହୋଇଥିଲା ଟାଇଗରଙ୍କ ପ୍ରଥମ ଫିଲ୍ମ ‘ହିରୋପନ୍ତି’। ସାଥିରେ ନଜର ଆସିଥିଲେ କ୍ରିତି।

By

Published : May 23, 2020, 11:19 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଆକ୍ସନ ଆକ୍ଟର ଟାଇଗର ଶ୍ରଫ ଓ ସୁନ୍ଦରୀ ଅଭିନେତ୍ରୀ କ୍ରିତି ସାନନ ବଲିଉଡର ସେହି ଯୋଡିଙ୍କ ମଧ୍ୟରୁ ଅନ୍ୟତମ ଯିଏ ଫିଲ୍ମରେ ଏକାଠି ଡେବ୍ୟୁ କରିସାରିଛନ୍ତି । ଦୁହେଁ ‘ହିରୋପନ୍ତି’ ଫିଲ୍ମ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ । ମେ 23, 2014ରେ ଫିଲ୍ମଟି ବକ୍ସ ଅଫିସରେ ରିଲିଜ ହୋଇଥିଲା । ଶନିବାର ଫିଲ୍ମ ରିଲିଜକୁ 6 ବର୍ଷ ପୂରଣ ହୋଇଛି ।

‘ହିରୋପନ୍ତି’ ତେଲୁଗୁ ଫିଲ୍ମ ‘ପାରୁଗୁ’ର ହିନ୍ଦୀ ରିମେକ । ଫିଲ୍ମରେ ଟାଇଗର ଜବରଦସ୍ତ ଡାନ୍ସ କରି ଦର୍ଶକଙ୍କ ମନ କିଣିଥିଲେ । ତେବେ ଫିଲ୍ମକୁ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା।

ଟାଇଗର ଓ କ୍ରିତିଙ୍କ ବ୍ୟତୀତ ଫିଲ୍ମରେ ପ୍ରକାଶ ରାଜ ଭିଲେନ ଭୂମିକାରେ ଅଭିନୟ କରିଥିଲେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ସବୀର ଖାନ । ଏହାକୁ ସାଜିଦ ନାଦିଆଦୱାଲା ପ୍ରଯୋଜନା କରିଥିଲେ।

ପ୍ରକାଶ ଥାଉକି ‘ହିରୋପନ୍ତି’ ଟାଇଗର, କ୍ରିତିଙ୍କ ପାଇଁ ଏକ ଜ୍ୟାକପଟ ସାବ୍ୟସ୍ତ ହୋଇଥିଲା । ହୁଏତଃ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇନଥିଲା । ହେଲେ ଦର୍ଶକ ଏହି ଯୋଡି ଏବଂ ସେମାନଙ୍କର ଅଭିନୟର ପ୍ରଶଂସା କରିଥିଲେ । ଆଜି ଏହି ଯୋଡି ବଲିଉଡର ଟପ ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ।

ABOUT THE AUTHOR

...view details