ଓଡିଶା

odisha

By

Published : May 1, 2019, 1:37 PM IST

ETV Bharat / sitara

ଆଲିଆଙ୍କ ସହ ଟାଇଗରଙ୍କ 'ହୁକ ଅପ'

ଷ୍ଟୁଡେଣ୍ଟ ଅଫ ଦି ଇୟରର ଆଉ ଏକ ନୂଆ ଗୀତ ହୁକ ଅପ ରିଲିଜ ହୋଇଛି । ଏଥିରେ ଆଲିଆ ଓ ଟାଇଗରଙ୍କ ସିଜଲିଙ୍ଗ ଡ୍ୟାନ୍ସ ସହ ରୋମାନ୍ସ ଦେଖିବାକୁ ମିଳିଛି । ଏହାକୁ ଟ୍ବିଟରରେ ସେୟାର କରିଛନ୍ତି ନିର୍ମାତା କରଣ ଜୋହର ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଷ୍ଟୁଡେଣ୍ଟ ଅଫ ଦି ଇୟରର ନୂଆ ଗୀତ 'ହୁକ ଅପ' ସଙ୍ଗ୍ ରିଲିଜ ହୋଇଛି । ଏଥିରେ ଟାଇଗର ସ୍ରର୍ଫ ଓ ଆଲିଆ ଭଟ୍ଟଙ୍କ ଯୋଡି ଦେଖିବାକୁ ମିଳିଛି । ଆଲିଆଙ୍କ ହଟ ଅବତାର ସହ ଟାଇଗରଙ୍କ ସେନ୍ସେସନ ଡ୍ୟାନ୍ସ ଗୀତକୁ ହିଟ କରିଛି । ପ୍ରାୟ 15 ଘଣ୍ଟା ଭିତରେ ଗୀତର ଭିୟ୍ୟୁ 9.6ମିଲିୟନ ରହିଛି । ଫିଲ୍ମ ନିର୍ମାତା କରଣ ଜୋହର ଗୀତକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଗୀତର ଆରମ୍ଭରେ ଟାଇଗର ବେଡଉପରୁ ଉଠୁଥିବାବେଳେ ଆଲିଆ ପିଙ୍କ ଡ୍ରେସରେ ପୋଲ୍ ଧରି ଆକ୍ରୋବାଟିକ୍ସ ଷ୍ଟାଇଲରେ ଏଣ୍ଟ୍ରି ମାରିଛନ୍ତି । ଦୁଇ ଜଣଙ୍କ ଯୋଡି, ଡ୍ୟାନ୍ସ ଗୀତକୁ ଏକଦମ ହଟ କରିଛି । ଗୀତର ଲିରିକ୍ସ ଅନୁଯାୟୀ ଆଲିଆ ଓ ଟାଇଗର ଅଲଗା ଅଲଗା ଡ୍ରେସରେ ନଜର ଆସିଛନ୍ତି । ବାଘି ହିରୋ ଟାଇଗରଙ୍କ ସିକ୍ସ ଆବ୍ସ ହିଁ କାଫି ଗୀତକୁ ହିଟ କରିବା ପାଇଁ । ନିର୍ମାତା ଦୁଇଜଣଙ୍କ କେମେଷ୍ଟ୍ରିକୁ 'ତାଲିଆ'[ଟାଇଗର+ଆଲିଆ] ନାଁ ଦେଇଛନ୍ତି ।

ଗୀତକୁ ଗାଇଛନ୍ତି ନେହା କକ୍କର ଓ ଶେଖର ରୱଜିୟାନି । ଗୀତକୁ କମ୍ପୋଜ କରିଛନ୍ତି ବିଶାଲ ଦଦ୍ଲାନି ଓ ଶେଖର ରୱଜିୟାନି । ଏହା ପୂର୍ବରୁ ଫିଲ୍ମର ଅନ୍ୟ ଦୁଇଟି ଗୀତ 'ଜୱାନି ଗୀତ' ଓ 'ମୁମ୍ବାଇ ଦିଲ୍ଲୀ କି କୁଡିୟାଁ' ରିଲିଜ ହୋଇଥିଲା । ଫିଲ୍ମଟି 2012ରେ ରିଲିଜ ହୋଇଥିବା ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦି ଇୟର'ର ସ୍ବିକେଲ ।

For All Latest Updates

ABOUT THE AUTHOR

...view details