ମୁମ୍ବାଇ: ସୋସିଆଲ ମିଡ଼ିଆରୁ ଏବେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି ସଲମାନଙ୍କ ଟାଇଗର-୩ ସୁଟିଂ ସେଟର ଫଟୋ । ସେ ଋଷିଆରେ ଏହି ଫିଲ୍ମର ସୁଟିଂ କରୁଥିବା ବେଳେ ତାଙ୍କର ଫଟୋ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଫଟୋରେ ସେ ଫିଲ୍ମ ପାଇଁ ଏକ ଭିନ୍ନ ଲୁକ ନେଇଥିବା ବେଳେ ତାଙ୍କୁ ସେଥିରେ ଚିହ୍ନି ହେଉନାହିଁ ।
ସଲମାନଙ୍କ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସଲମାନଙ୍କ ଏକ ଫ୍ୟାନ ପେଜ ଆକାଉଣ୍ଟରେ ସେୟାର ହୋଇଛି । ଏହି ଫଟୋରେ ସଲମାନ ଧୂସର ରଙ୍ଗର ଲମ୍ବା କେଶ ଓ ଦାଢି ରଖିଛନ୍ତି । ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିବା ସହିତ ଜିନ୍ସ ଓ ଲାଲ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି । ସଲମାନଙ୍କ ଏହି ଫ୍ୟାନ ପେଜରେ ଅନ୍ୟ କିଛି ଫଟୋ ମଧ୍ୟ ସେୟାର ହୋଇଛି । ଯେଉଁଥିରେ ସେ କିଛି ଫ୍ୟାନ୍ସଙ୍କ ସହିତ ପୋଜ ଦେଇଛନ୍ତି । ଟାଇଗର ଫିଲ୍ମର ୩ୟ ଭାଗକୁ ମନିଶ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ମଧ୍ୟ କ୍ୟାଟ୍ରିନା କୈଫ ଅଭିନୟ କରିଛନ୍ତି ।