ହାଇଦ୍ରାବାଦ:ଟାଇଗର -3 ରିଲିଜ୍ ଡେଟ ଘୋଷଣା ପରେ ଫ୍ୟାନ୍ସଙ୍କ ମଧ୍ୟରେ ବଢି ଯାଇଛି ଉତ୍ସାହ । ଭାଇଜାନଙ୍କ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଓ ଇଣ୍ଟରନେଟରେ ଫିଲ୍ମ ଆରମ୍ଭ ହୋଇଯାଇଛି ବହୁ କଳ୍ପନାଜଳ୍ପନା । ହିନ୍ଦୀ ସିନେମାର ସବୁଠାରୁ ବଡ ହିଟ୍ ଫ୍ରାଞ୍ଚାଇଜ୍ ମଧ୍ୟରୁ 'ଟାଇଗର' ସିରିଜର ଏହି ପରବର୍ତ୍ତୀ ଚଳଚ୍ଚିତ୍ରରେ ସଲମାନ ଖାନ ପୁଣି ଥରେ ଜାସୁସ ଟାଇଗର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ସଲମାନଙ୍କ ସହ କ୍ୟାଟ୍ରିନା କୈଫ ପୁଣି ଥରେ ଜୋୟା ଭୂମିକାରେ ଫେରୁଛନ୍ତି । ଫିଲ୍ମର ନିର୍ଦ୍ଦେଶକ ମନୀଶ ଶର୍ମା ରିଲିଜ୍ ହେବାର କିଛି ମିନିଟ୍ ମଧ୍ୟରେ 'ଟାଇଗର' 'ରିଲିଜ୍ ତାରିଖ ଘୋଷଣା କରିଥିବା ଭିଡିଓ ପଛର କାରଣ ବିଷୟରେ କହିଛନ୍ତି।
ମନୀଷ କହିଛନ୍ତି, 'ଯେତେବେଳେ ମୋତେ ଟାଇଗର ଚଳଚ୍ଚିତ୍ର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା, ସେତେବେଳେ ମୋର କେବଳ ଗୋଟିଏ ସ୍ୱପ୍ନ ଥିଲା- ଏହି ଲୋକପ୍ରିୟ ଏବଂ ଚର୍ଚ୍ଚିତ ଫ୍ରାଞ୍ଚାଇଜକୁ ଏମିତି ଏକ ସ୍ତରକୁ ଆଣିବା ଯାହା ଏକ ନୂଆ ବେଞ୍ଚମାର୍କ ସ୍ଥାପିତ କରିବ । ଲଞ୍ଚର ଘୋଷଣା କରିବା ସହିତ ମୁଁ ଚାହୁଁଥିଲି, ଟାଇଗର ଏବଂ ଜୋୟାଙ୍କ ବହୁଚର୍ଚ୍ଚିତ ଯୋଡିର ବ୍ୟକ୍ତିତ୍ବରେ ଲଗାତାର ଚମକ ଆସୁ ଏବଂ ମୁଁ ଭାବୁଛି ଏହି ଜିନିଷ ହିଁ ଏହି ଘୋଷଣାକୁ ପ୍ରଶଂସକଙ୍କ ମଧ୍ୟରେ ଏତେ ବଡ ହିଟ କରିଦେଇଛି । ମୁଁ କେବଳ ଏତିକି କହିପାରେ ଯେ, ପ୍ରକୃତରେ ଚଳଚ୍ଚିତ୍ରଟି ଏମିତି ହୋଇଛି, ଯାହା ଅପେକ୍ଷା କରିବାର ଯୋଗ୍ୟ ଅଟେ । ଇଦ୍ ଅବସରରେ ଅର୍ଥାତ 2023 ଏପ୍ରିଲ୍ 21 ରେ ଫିଲ୍ମ 'ଟାଇଗର-3' ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଶ ଶର୍ମା।